The Ultimate Managed Hosting Platform
ADVERTISEMENT

ଦାଦାର ଆକ୍ରମଣରେ ଚାଲିଗଲା ପୁତୁରାର ଜୀବନ

Facebook
Twitter
LinkedIn

ବ୍ରହ୍ମପୁର : ପୂର୍ବ ଶତ୍ରୁତାରୁ ଆକ୍ରମଣ । ଦାଦାର ଆକ୍ରମଣରେ ଚାଲିଗଲା ପୁତୁରାର ଜୀବନ । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହିଗାଁ ବଡସାହିରେ ଜଣେ ଯୁବକକୁ ହତ୍ୟା କରାଯାଇଛି । ମୃତ ଯୁବକଙ୍କ ସମ୍ପର୍କୀୟ ଦାଦା ଓ ତାଙ୍କ ପୁଅ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ମଧୁସୂଦନ ଜେନା । ବିବାଦ ଏତେ ବଢିଯାଇଥିଲା ଯେ,ଆକ୍ରମଣ ଯାଏଁ କେହି ପଛାଇ ନଥିଲେ । ମଧୁସୂଦନ ଘରେ ଏକା ଥିବା ସମୟରେ ବାପା-ପୁଅ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ମଧୁସୂଦନ ଗୁରୁତର ହେବା ପରେ କିଛି ସମୟ ପରେ ମୃତ୍ୟୁ ହୋଇଯାଇଥିଲା । ଏଥିରେ ଆକ୍ରମଣକାରୀ ପ୍ରସନ୍ନ ଜେନା ମଧ୍ୟ ଆହତ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁଅ ସିପୁ ଜେନା ଓରଫ ଶିବ ଫେରାର ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଘଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଛାନ୍ଭୀନ୍ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login