ଜଗତସିଂହପୁର : ଦଶାହ କାର୍ଯ୍ୟ କରିବାକୁ ଯାଇ ଦୁଇ ମୃତ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନସ୍ତ ବିରିଡି ଥାନା ଅଞ୍ଚଳର ବାରେଡ଼ିଆ ଗ୍ରାମରେ । ସୂଚନା ଅନୁଯାଇ ସେହି ବାରେଡ଼ିଆ ଗ୍ରାମର ସତ୍ୟନାରାୟଣ ପାଲଙ୍କ ଦଶାହ କର୍ମରେ ବାରେଡ଼ିଆ ନଦୀ ପୋଲ ନିକଟକୁ ଗାଧେଇବାକୁ ଯାଇଥିବା ସମୟରେ ତିନି ଯୁବକଙ୍କ ପାଦ ଖସି ଯାଇ ଭାସି ଯାଇଥିଲେ । ଏହାର ସୂଚନା ପାଇଁ ଘଟଣା ସ୍ଥଳରେ ବିରିଡି ଅଗ୍ନିଶମ ବାହିନୀ ପହଂଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତିନି ଜଣକୁ ଉଦ୍ଧାର କରାଯାଇ ଥିଲେ ମଧ୍ୟ ଟିକିନା ପାଲଙ୍କ ପୁଅ ଜଗନ ପାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଅନ୍ୟ ଦୁଇ ଜଣ ପ୍ରସନ ପାଲଙ୍କ ପୁଅ ସୋଦେଶ ପାଲ ଓ ଗୌରାଙ୍ଗ ପାଲଙ୍କ ପୁଅ ରିଙ୍କୁ ପାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଅଡ଼ସପୁରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା କିନ୍ତୁ ଡାକ୍ତର ସେଠାରେ ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିଥିଵା ନେଇ ସୂଚନା ମିଳିଛି । ଅନ୍ୟପଟେ ଏହି ଖବର ପାଇବା ପରେ ଅଞ୍ଚଳରେ ଗୋଟେ ଶୋକାକୁଳ ପରିବେଶ ଖେଳି ଯାଇଛି ।
ଦଶାହ କର୍ମ ବେଳେ ଚାଲିଗଲା ୨ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











