The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା : ପିପିଲି-ଭୁବନେଶ୍ୱର ରାସ୍ତା ଅବରୋଧ

Facebook
Twitter
LinkedIn

ନିମାପଡ଼ା : ୩୧୬ ନମ୍ବର ଜାତୀୟ ରାଜପଥ ଅବରୋଧ । ପିପିଲି ଟୋଲ୍ ଗେଟ୍ ନିକଟରେ ରାସ୍ତାରୋକ । ନ୍ୟାୟ ଦାବିରେ ପୁରୀ-ଭୁବନେଶ୍ୱରର ୩୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ। ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟଲୋକେ । ତେବେ ଏନେଇ ଉଭୟ ପଟେ ଅଟକି ରହିଛି ଶହ ଶହ ଗାଡ଼ି । ଏନେଇ ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା । ପିପିଲି ଏସ୍‌ଡିପିଓ ଏବଂ ଆଇଆଇସି ପହଞ୍ଚି ସ୍ଥାନୀୟଲୋକଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି ।

ସୂଚନା ଅନୁଯାୟୀ, ପିପିଲି ଗୋବିନ୍ଦପୁର ଅନ୍ତର୍ଗତ ମାଟିଆପଡ଼ା ଗାଁର ସୁମିତ୍ରା ଜେନାଙ୍କ ପୁଅ ସୌମ୍ୟରଞ୍ଜନ ଜେନା ଦଶମ ଶ୍ରେଣୀର ଛାତ୍ର । କିନ୍ତୁ ଗତ ୭ତାରିଖ ଦିନ ସନ୍ଧ୍ୟା ୬ଟା ପରଠାରୁ ସେ ନିଖୋଜ ଥିଲେ । ହେଲେ ପରଦିନ ମାନେ ୮ତାରିଖ ଦିନ ୧୧ଟା ସମୟରେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅନ୍ତର୍ଗତ କନ୍ତିଆକଣ୍ଟା ସ୍ଥିତ ରେଳଲାଇନରେ ସୌମ୍ୟରଞ୍ଜନଙ୍କ ମୃତଦେହ ପଡ଼ିଥିବାର ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ । ତେବେ ମୃତ ସୌମ୍ୟରଞ୍ଜନ ଉକ୍ତ ଅଞ୍ଚଳର ଜଣେ ଝିଅ ସହ ତାଙ୍କ ପ୍ରେମ ସମ୍ପର୍କ ଥିଲା। ଯାହାକି ତାଙ୍କ ମୋବାଇଲ ମେସେଜରୁ ଜଣାପଡିଛି ବୋଲି ଏତଲାରେ ଦର୍ଶାଯାଇଛି । ଏହି ୧୬ ବର୍ଷୀୟ ଦଶମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଏବଂ ଗ୍ରାମବାସୀ ପକ୍ଷରୁ ଅଭିଯୋଗ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶୋଭନା ମହାନ୍ତି

ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶୋଭନା ମହାନ୍ତି

ଭୁବନେଶ୍ୱର : ଦାୟିତ୍ବ ଗ୍ରହଣ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟା ମାନେ ମଧ୍ୟ...

ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅଗ୍ରାହ୍ୟ

ଭୁବନେଶ୍ୱର : ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ । ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ।...

ADVERTISEMENT
ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା , କହିଲେ ଅବହେଳା ଅକ୍ଷମଣୀୟ

“ଆତ୍ମହତ୍ୟା” କଥା ଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : "ଆତ୍ମହତ୍ୟା" କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ । ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ...

Login