ଭୁବନେଶ୍ୱର : ଚାଷୀ ପଞ୍ଜୀକରଣକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଦଲାଲ ମାନଙ୍କୁ ରୋକିବା ପାଇଁ ସରକାର ଇ-କେୱାଇସି ବ୍ୟବସ୍ଥା କରିଛନ୍ତି । ସେଲ୍ଫ ଡିକ୍ଲାରେସନ ଫର୍ମ ଫିଲପ ପ୍ରକ୍ରିୟା କାଲିଠୁ ଆରମ୍ଭ । କାହାରିକୁ ହଇରାଣ କରିବା ଏହାର ଉଦେ୍ଦଶ୍ୟ ନୁହେଁ । ଫର୍ମ ଗ୍ରହଣ ନ ହେବାର ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭାଗ ଚାଷୀ ମାଲିକଙ୍କଠୁ ଲେଖା ଆଣିଲେ ପଞ୍ଜୀକରଣ ହୋଇପାରିବ । ଗତକାଲିଠୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକୃତ ଚାଷୀକୁ ଚିହ୍ନିବା ଏବଂ ଦଲାଲଙ୍କୁ ରୋକିବାକୁ ଏହି ପଦକ୍ଷେପ। ଚାଷୀଙ୍କ ସଂଖ୍ୟା କମାଇବା ଏକ ଭୁଲ୍ ଧାରଣା ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଅଭିଯୋଗ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।
Views: 6