The Ultimate Managed Hosting Platform
ADVERTISEMENT

ଦରଦାମ ବଢ଼ିବା ଭୟ,ବୋହି ନେଲେ ଖାଇବା ତେଲ

Facebook
Twitter
LinkedIn

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ରୁଷର ରକେଟ ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ହେଲାଣି ୟୁକ୍ରେନ । ତଥାପି କେହି ପଛଘୁଞ୍ଚା ଦେବାକୁ ରାଜି ନୁହନ୍ତି। ଏପରି ସ୍ଥିତିରେ ୟୁକ୍ରେନ ଉପରେ ହେଉଥିବା ମିସାଇଲ ମାଡ଼ ତଥା ଗୁଳିଗୋଳା ବର୍ଷଣର ପ୍ରଭାବ ଅନୁଭୂତ ହେଲାଣି ଭାରତ ବଜାରରେ । ଭାରତଠୁ ହଜାର ହଜାର କୋଷ ଦୂରରେ ବମ୍‌ ଫୁଟୁଥିଲେ ବି ବିଗିଡ଼ିବାକୁ ଲାଗିଲାଣି ପ୍ରତି ଭାରତୀୟଙ୍କ ରୋଷେଇ ଘରର ବଜେଟ। ମୁଖ୍ୟତଃ ସନଫ୍ଲାୱାର ତେଲ ଦାମ୍‌ରେ ଅହେତୁକ ବୃଦ୍ଧି ଘଟୁଥିବା ବେଳେ ଆହୁରି ବଢ଼ିବ ବୋଲି ଗୁଜବରେ ଛାନିଆ ହେଲେଣି ଲୋକେ। ଏପରିକି ଦୋକାନ ଆଗରେ ଲଗାଇଲେଣି ଲମ୍ବା ଲାଇନ୍‌ । ମୁଖ୍ୟତଃ ଗୁଜବକୁ ସତ ଭାବି ଲୋକେ  ଆବଶ୍ୟକତାଠାରୁ ଅଧିକ ତେଲ କିଣି ଘରେ ଗଚ୍ଛିତ ରଖୁଥିବାରୁ ବଜାରରେ ଏକ ପ୍ରକାର କୁତ୍ରିମ ଅଭାବ ପରିଲକ୍ଷିତ ହେଲେଣି। ଯୁଦ୍ଧ ପ୍ରଭାବରେ ଖାଇବା ତେଲ ଦର ଲିଟର ପ୍ରତି ୨୦ରୁ ୩୦ ଟଙ୍କା ବଢ଼ିବ ବୋଲି ପ୍ରଚାର ହେବା ପରେ ଲୋକେ  ଏବେ ଆବଶ୍ୟକତାଠାରୁ ଅଧିକ ତେଲ ଘରକୁ ବୋହି ନେଉଛନ୍ତି। ବମ୍‌, ବାରୁଦ, ମିସାଇଲ ମାଡ଼ ଯୋଗୁ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ପାଇବା ଆଶଙ୍କା ଦେଖାଦେଲେଣି। ଏପରି ହେଲେ ବିଗିଡ଼ିଯିବ ଫ୍ୟାମିଲି ବଜେଟ। ପକେଟ ଉପରେ ପଡ଼ିବ ଅଧିକ ଚାପ ।

ରଏଟର୍ସରେ ବାହାରିଥିବା ଏକ ରିପୋର୍ଟ ମୁତାବକ, ଭାରତର ସାଧାରଣ ଲୋକଙ୍କ ମଧ୍ୟରେ ଏକ ଭୟ ବସି ଯାଇଛି ଯେ, ଯୁଦ୍ଧ ଯୋଗୁ ଭାରତରେ ଖାଇବା ତେଲ ଦର ଆକାଶ ଛୁଆଁ ହୋଇପାରେ। ଏପରିକି ହ୍ୱାଟସ୍‌ ଆପ୍‌ରେ ଏନେଇ ମେସେଜ ଭାଇରାଲ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଭୟରେ କିଣାକିଣି  ବଢ଼ିବାରେ ଲାଗିଛି।

ଗତ ମାସେ ମଧ୍ୟରେ ଭାରତରେ ଖାଇବା ତେଲ ଦାମ୍‌ ୨୦ % ପର୍ଯ୍ୟନ୍ତ ବଢ଼ିଛି।   ଏହାଭିତରେ ଭାଇରାଲ ମେସେଜ ଲୋକଙ୍କ ମଧ୍ୟରେ ଥିବା  ଭୟକୁ ଆହୁରି ବଢ଼ାଇ ଦେଇଛି। ଭାରତ ନିଜ ଖାଇବା ତେଲ ଆବଶ୍ୟକତା ପୂରଣ କରିବା ପାଇଁ  ବାହାର ଦେଶ ଉପରେ ନିର୍ଭର କରିଥାଏ।  ପ୍ରାୟ ଦୁଇ ତୃତୀୟାଶଂ ତେଲ ଭାରତ ବାହାରୁ ଆମଦାନୀ କରିଥାଏ । ସନଫ୍ଲାୱାର ତେଲ ପାଇଁ ଭାରତ ମୁଖ୍ୟତଃ ରୁଷ ଓ ୟୁକ୍ରେନ ଉପରେ ନିର୍ଭର କରିଥାଏ। ଭାରତର ସମୁଦାୟ ସନଫ୍ଲାୱାର ତେଲର ୯୦%  ଏହି ୨ ଦେଶରୁ ହିଁ ଆମଦାନୀ ହୋଇଥାଏ । ହେଲେ ଯୁଦ୍ଧ ଯୋଗୁ ଏବେ ବିଗିଡ଼ିବାରେ ଲାଗିଛି  ସ୍ଥିତି । ଏପରିକି ଆଗକୁ ଏହି ସପ୍ଲାଏ ଚେନ୍‌ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ଦେଖାଦେଲାଣି।

ହେଲେ ଏହାକୁ ନେଇ ବେଶି ଭୟଭୀତ ହେବା କିମ୍ବା ଆବଶ୍ୟକତାଠାରୁ ଅଧିକ ଖାଇବା ତେଲ କିଣିବା ଆବଶ୍ୟକତା ନାହିଁ ବୋଲି ଏକ୍ସପର୍ଟ କହିଛନ୍ତି। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅନଲାଇନରେ ଅବଢା !

ଅନଲାଇନରେ ଅବଢା !

ପୁରୀ : ଅନଲାଇନରେ ଅନ୍ନପ୍ରସାଦ ବା ଅବଢା ମିଳିବା ନେଇ ବିଜ୍ଞାପନ । ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ । ଏକ ଫୁଡ ଆପ୍ଲିକେସନ ପକ୍ଷରୁ...

Login