କଟକ : କଟକ ମଧୁପାଟଣା ଥାନା ଅନ୍ତର୍ଗତ ଦରଖାପାଟଣା ଦୁର୍ଗା ମନ୍ଦିରରୁ ଗତ ୨୯ ତାରିଖରେ ହୋଇଥିବା ଚୋରି ଘଟଣାରେ ସଂପୃକ୍ତ ଥିବା ଗୋଟିଏ ପରିବାରର ୩ ଜଣଙ୍କ ସମେତ ୪ ଜଣଙ୍କୁ ମଧୁପାଟଣା ଥାନ ପୋଲିସ ଗିରଫ କରିଛି । ଗତ ୨୯ ତାରିଖ ଦିନ ରାତିରେ ଦରଖାପାଟଣା ପୁଜାମଣ୍ଡପରୁ ଠାକୁରଙ୍କ ଅଳଙ୍କାର ଓ ହୁଣ୍ଡିରେ ଥିବା ଅର୍ଥ ଲୁଟ ଘଟଣା ସିସିଟିଭି ଯାଞ୍ଚ କରାଯିବାରୁ ଲୁଟ୍ ବେଳର କିଛି ଦୃଶ୍ୟ ପୋଲିସ ସାମ୍ନାକୁ ଆସିଥିଲା । ଏହାକୁ ଭିତ୍ତିକରି ମଧୁପାଟଣା ପୋଲିସ ୩ ଜଣକୁ ଗିରଫ କରିବା ସହ , ଚୋରି ଜିନିଷ କିଣୁଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଙ୍କ ଠାରୁ କିଛି ଲୁଟ୍ ଟଙ୍କା, ଅଳଙ୍କାର, ଲୁଟରେ ବ୍ୟବହାର କରାଯାଇଥିବା ଏକ ସ୍କୁଟିକୁ ପୋଲିସ ଜବତ କରିଛି କ୍ଷ ଧରାପଡିଥିବା ଲୁଟେରାମାନେ କଟକ ମଧୁପାଟଣା ଥାନା ଅଞ୍ଚଳରେ ଗତ ଜାନୁୟାରୀ ୨୦ ତାରିଖରେ ଆଉ ଏକ ମନ୍ଦିର ଓ ଦୋକାନ ଲୁଟ୍ ଘଟଣାରେ ସଂପୃକ୍ତି ଥିବା ତଦନ୍ତ ବେଳେ ଜଣାପଡ଼ିଛି କ୍ଷ ଗିରଫ ଲୁଟେରାମାନେ ଗୋଟିଏ ପରିବାରର ବୋଲି ଏଡ଼ିସିପି ଅନିଲ ମିଶ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି କ୍ଷ
ଦରଖାପାଟଣା ଦୂର୍ଗା ମନ୍ଦିର ଚୋରି ଘଟଣାରେ ଗୋଟିଏ ପରିବାରର ୩ ଜଣ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











