The Ultimate Managed Hosting Platform
ADVERTISEMENT

ଦମ୍ପତିଙ୍କୁ ଦଳିଦେଲା ଦନ୍ତା

Facebook
Twitter
LinkedIn

ପଦ୍ମପୁର : ଦମ୍ପତିଙ୍କୁ ଦଳି ମାରିଦେଲା ଦନ୍ତାହାତୀ । ପାଇକମାଳରେ ଧାନ୍ଦୁପାଲି ଗାଁର ଦମ୍ପତିଙ୍କୁ ଦଳିଦେଲା ଦନ୍ତା । ସ୍ୱାମୀ ସ୍ତ୍ରୀ ଫସଲ ଜଗିଥିବା ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ । ଧାନ୍ଦୁପାଲି ଗାଁର ବଳରାମ ରଣା ଓ ଶଶୀ ରଣା ନିଜ ବିଲରେ ପରିବା ଚାଷ କରିଥିଲେ। ସବୁଦିନ ପରି ଗତକାଲି ରାତିରେ ଦମ୍ପତି ରାତିରେ ଫସଲ ଜଗିଥିଲେ। ଆଜି ସକାଳେ ତାଙ୍କ ପରିବାର ଲୋକ ବିଲକୁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ଓ ଫସଲ ନଷ୍ଟ କରିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login