May 14, 2024 7:51 pm

The Ultimate Managed Hosting Platform
ADVERTISEMENT

ଦମଦାର ଶତକ ସହ ସଚିନ ତେନ୍ଦୁଲକରଙ୍କ ୨୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଶୁଭମାନ ଗିଲ୍

Facebook
Twitter
LinkedIn

ଭାରତ ଜିମ୍ବାଓ୍ଵେ ବିପକ୍ଷରେ ଶେଷ ଦିନିକିଆରେ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୨୮୯ ରନ କରିଛି। ଶୁଭମାନ ଗିଲ୍ ଚମତ୍କାର ବ୍ୟାଟିଂ କରି ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି। ତାଙ୍କର ୯୭ ବଲରୁ ୧୩୦ ରନର ଦମଦାର ଇନିଂସ ବଳରେ ଭାରତ ଏହି ସ୍କୋର କରି ପାରିଛି। ଏଥିରେ ୧୫ ଚୌକା ଏବଂ ଏକ ଛକା ସାମିଲ୍। ଏହି ସମୟରେ ଗିଲ୍ ସଚିନ ତେନ୍ଦୁଲକରଙ୍କ ୨୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।

ଜିମ୍ବାଓ୍ଵେରେ ଭାରତ ପକ୍ଷରୁ ବ୍ୟକ୍ତିଗତ ସର୍ବାଧିକ ରନ କରିବାର ରେକର୍ଡ ପୂର୍ବେ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ତେନ୍ଦୁଲକର ୧୯୯୮ରେ ୧୨୭ ରନର ଅପରାଜିତ ଇନିଂସ ଖେଳିଥିଲେ। ତେବେ ଗିଲ୍ ୧୩୦ ରନର ଇନିଂସ ଖେଳି ତେନ୍ଦୁଲକରଙ୍କ ରେକର୍ଡ ଧ୍ଵସ୍ତ କରିଛନ୍ତି। ଏହି ମାମଲାରେ ତୃତୀୟରେ ଅଛନ୍ତି ଅମ୍ବତି ରାୟୁଡୁ। ସେ ୨୦୧୫ରେ ଜିମ୍ବାଓ୍ଵେ ମାଟିରେ ୧୨୪ ରନ କରିଥିଲେ।

ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ତେନ୍ଦୁଲକର ୨୦୦୧ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୧୨୨ ଅପରାଜିତ ଇନିଂସ ଖେଳିଥିଲେ। ପଞ୍ଚମ ନମ୍ବରରେ ଯୁବରାଜ ସିଂହ ୨୦୦୫ରେ ୧୨୦ ରନର ଇନିଂସ ଖେଳିଥିଲେ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login