ନୂଆଦିଲ୍ଲୀ : ଦନ୍ତେୱାଡା ମାଓ ଆକ୍ରମଣ ଘଟଣାରେ ସାଂଘାତିକ ତଥ୍ୟ । ୨ ମାସ ପୂର୍ବରୁ ବିସ୍ଫୋରକ ପୋତିଥିଲେ ନକ୍ସଲ । ଗଭୀର ମାଟିତଳେ ପୋତା ଯାଇଥିଲା ଆଇଇଡି । ଆଇଇଡିକୁ ସଂଯୋଗ ଥିବା ତାର ଉପରେ ଘାସ ଉଠିଥିଲା । ଆଇଇଡିରୁ ଟ୍ରିଗର ଯାଏଁ ତାର ଦେଖାଯାଉନଥିଲା । ରାସ୍ତାର ତନଖି ବେଳେ ଜଣାପଡିନଥିଲା ବିସ୍ଫୋରକ । ୪୦ ରୁ ୫୦ କେଜିର ବିସ୍ଫୋରକ ପୋତାଯାଇଥିଲା । ବିସ୍ଫୋରକ ଖଞ୍ଜିବା ପୂର୍ବରୁ ରାସ୍ତା ମଧ୍ୟ ଖୋଳି ନ ଥିଲେ । ସୁଡଙ୍ଗ ଖୋଳି ରାସ୍ତାର ଠିକ୍ ତଳେ ଖଞ୍ଜିଥିଲେ ଆଇଇଡି । ଘଞ୍ଚ ଜଙ୍ଗଲର ୧୫୦ ମିଟର ଯାଏଁ ଲମ୍ବିଥିଲା ତାର । ବସ୍ତର ପୁଲିସ ଆଇଜି ଦେଲେ ସୂଚନା ।
Views: 81