ଅନୁଗୁଳ : ଦନ୍ତା ନେଲା ଜୀବନ । ଦନ୍ତା ହାତୀ ଆକ୍ରମଣରେ ସ୍ତ୍ରୀ ମୃତ , ସ୍ୱାମୀ ଗୁରୁତର । ବନ୍ତଳା ରେଞ୍ଜ ତଳଗଡ ଗାଁରେ ପଶି ଆକ୍ରମଣ କଲା ଗୋଠଛଡା ଦନ୍ତା । ଗାଁରେ ଦନ୍ତା ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ । ମୃତକହେଲେ ସୁଲୋଚନା ବିଶ୍ୱାଳ। ସ୍ୱାମୀ ଛବିନ୍ଦ୍ର ବିଶ୍ୱାଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛ। ଆଜି ସକାଳେ ସୁଲୋଚନା ଓ ଛବିନ୍ଦ୍ର ବଗିଚାରେ କାମ କରୁଥିଲେ। ଏହି ସମୟରେ ଏକ ଦନ୍ତା ହାତୀଟି ବଗିଚା ଭିତରକୁ ପଶି ଆସି ସୁଲୋଚନାଙ୍କ ଉପରକୁ ଆକ୍ରମଣ କରିଥିଲା। ସୁଲୋଚନାଙ୍କୁ ବଞ୍ଚାଇବାକୁ ଛବିନ୍ଦ୍ର ଯାଇଥିଲେ। ଦାନ୍ତାଟି ମଧ୍ୟ ତାଙ୍କୁ ଛାଡ଼ି ନଥିଲା। ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ସୁଲୋଚନାଙ୍କର ମୃତ୍ୟୁ ଘଟିଥିବା ବେଳେ ଛବିନ୍ଦ୍ର ଗୁରୁତର ଆହତ ହୋଇଥିଲେ।ବନ୍ତଳା ବନାଞ୍ଚଳରେ ହାତୀଙ୍କ ଉତ୍ପାତକୁ ଦେଖି ଏବେ ତଳଗଡ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି।
Views: 88