ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ଚିତା ‘ଉଦୟ’ର ମୃତ୍ୟୁ ହୋଇଛି। ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଉଦୟର ଚିକିତ୍ସା ଚାଲିଥିଲା। କିନ୍ତୁ ଚିକିତ୍ସା ସମୟରେ ହିଁ ତା’ର ମୃତ୍ୟୁ ହୋଇଥିବା ବନ ବିଭାଗର ରାଜ୍ୟ ମୁଖ୍ୟ ଜେ.ଏସ୍ ଚୌହାନ ସୂଚନା ଦେଇଛନ୍ତି। ତେବେ ଚିତା ମୃତ୍ୟୁର କାରଣ ଏ ପର୍ୟ୍ୟନ୍ତ ଜଣାପଡିନାହିଁ। କହି ରଖୁଛୁ, ଏହାପୂର୍ବରୁ ମାର୍ଚ୍ଚ ୨୭ରେ କିଡନୀ ଜନିତ ସମସ୍ୟା ହେତୁ ୫ ବର୍ଷର ମାଈ ଚିତା ‘ସାଶା’ର ମୃତ୍ୟୁ ହୋଇଥିଲା। ଯାଞ୍ଚରୁ ଜଣାପଡ଼ିଥିଲା ଯେ ଭାରତ ଅଣାଯିବା ପୂର୍ବରୁ ହିଁ ସାଶାର କିଡନୀ ଜନିତ ସମସ୍ୟା ଥିଲା। ଗତ ବର୍ଷ ନାମ୍ବିଆରୁ ୮ ଚିତାଙ୍କୁ ଭାରତ ଅଣାଯାଇଥିଲା ।
Views: 76