ଉଦଳା : ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୪ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଡାହି ସାହିରୁ ୩ ଜଣ ଓ ଗୋହିରାରୁ ଜଣେ ମହିଳା ଗିରଫ ହୋଇଛନ୍ତି । ଘଟଣାର ୯ ଦିନ ପରେ ୪ମହିଳାଙ୍କୁ ଗିରଫ କରିଛି ପୋଲିସ । ଏବେବି ୨ ଅଭିଯୁକ୍ତ ଫେରାର ଅଛନ୍ତି । ଗତ ୧୮ ତାରିଖରେ କପ୍ତିପଦା ଆଇଆଇସି ପ୍ରକାଶ ରଥ ଡାହୀସାହି ଅଞ୍ଚଳରେ ବେଆଇନ ଭାବେ ଗଛିତ ଥିବା ବାଲି ଜବତ କରିବା ପାଇଁ ଚଢ଼ାଉ କରିଥିଲେ । ଚଢଉ ବେଳେ ବାଲି ମାଫିଆ ମନୋରଞ୍ଜନ ପାଣିଗ୍ରାହୀଙ୍କ ସ୍ତ୍ରୀ ଅମ୍ରିତା ପାଣିଗ୍ରାହୀଙ୍କ ସମେତ ୬ ଜଣ ମହିଳା ଆଇଆଇସି ଙ୍କୁ ଆକ୍ରମଣ କରିଥିଲେ । ଏହାସହିତ ପୋଲିସ ଭ୍ୟାନ ମଧ୍ୟ ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ଥାନା ଅଧିକାରୀ ପ୍ରକାଶ ରଥ ଆହତ ହୋଇଥିଲେ ।
Views: 45