ନୟାଗଡ : ନୟାଗଡ ଇଟାମାଟି ଥାନା ପରିସରରେ ବିଷ ପିଇ ଯୁବତୀ ଗୁରୁତର । ତ୍ୱରିତ ନ୍ୟାୟ ଦାବିରେ ବିଷ ପିଇ ଦେଲେ ଯୁବତୀ । ପ୍ରେମ ବ୍ୟାପାରକୁ ନେଇ ପୂର୍ବରୁ ଥାନାରେ ମାମଲା ହୋଇଥିଲା । ଅଭିଯୁକ୍ତ ମଧ୍ୟ ଜେଲ ଯାଇ ପରେ ଜାମିନରେ ଆସିଥିଲେ । କାଲି ପୁଣି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଏ ନେଇ ଥାନାରେ କାଲି ଉଭୟ ପକ୍ଷର ଏତଲା ପରେ ୨ଟି ମାମଲା ରୁଜୁ । ଆଜି ସମ୍ପୃକ୍ତ ଯୁବତୀ ଥାନାକୁ ଆସି ଅନ୍ୟ ପରିବାର ଲୋକଙ୍କୁ କାହିଁକି ଗିରଫ କରାଯାଇନି ବୋଲି ପଚାରିଥିଲେ । ତଦନ୍ତ ଚାଲିଥିବା ପୋଲିସ କହିଥିବା ବେଳେ ପ୍ରତିବାଦରେ ଯୁବତୀ ଜଣକ ବିଷ ପିଇଦେଇଥିଲେ । ବର୍ତମାନ ପର୍ୟ୍ୟନ୍ତ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।
Views: 141











