ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଆଜି ସକାଳେ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର ତୀବ୍ରତା ୩.୨ ରହିଥିଲା । ଏହା ଭୂପୃଷ୍ଠରୁ ୩୩ କିମି ଭିତରେ କେନ୍ଦ୍ରୀଭୂତ ହୋଇଥିଲା । ତେବେ ଧନଜୀବନ କିଛି ହାନି ହୋଇନଥିବା ଖବର ମିଳିଛି । ସକାଳ ୬ଟା ୩୪ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହା ପୂର୍ବରୁ ଶୁକ୍ରବାର ଦିନ ଅରୁଣାଚଳ ପ୍ରଦେଶର କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
Views: 77