The Ultimate Managed Hosting Platform
ADVERTISEMENT

ଥମୁନି ମଣିପୁର ହିଂସା, ପୁଣି ଫୁଟିଲା ଗୁଳି

Facebook
Twitter
LinkedIn

ନୂଆଦିଲ୍ଲୀ : ମଣିପୁରରେ ଥମୁନି ହିଂସା। ପୁଣି ଫୁଟିଲା ଗୁଳି । ପୁଣି ଗୃହଦାହ। ବିଷ୍ଣୁପୁର ଜିଲ୍ଲା ଓ ଚୁରାଚାନ୍ଦପୁର ଜିଲ୍ଲାରେ ଗୁଳିକାଣ୍ଡ। ଗତ ସଂଧ୍ୟାରୁ ଆରମ୍ଭ ହୋଇ ଆଜି ସକାଳ ପର୍ୟ୍ୟନ୍ତ ଗୁଳି ଫୁଟିଥିଲା। ଗୋଟିଏ ଘରକୁ ମଧ୍ୟ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଇମ୍ଫାଲ ଜିଲ୍ଲାରେ ମଧ୍ୟରାତ୍ର ପର୍ୟ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଛନ୍ତି ଆର୍ମୀ, ଆସାମ ରାଇଫଲ ଓ ରାପିଡ ଆକ୍ସନ ଫୋର୍ସ। ମଣିପୁରର ଏକାଧିକ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି। ମଣିପୁର ବିଶ୍ୱବିଦ୍ୟାଳୟ ନିକଟରେ ପ୍ରାୟ ୩୦୦ ଦଙ୍ଗାକାରୀ ଏକାଠି ହୋଇଥିଲେ। ସ୍ଥାନୀୟ ବିଧାୟକଙ୍କ ଘର ଭଙ୍ଗାରୁଜା ଉଦ୍ୟମ କରିଥିଲେ । ତେବେ ଘଉଡ଼ାଇ ଦେଇଥିଲା ରାପିଡ ଆକ୍ସନ ଫୋର୍ସ । ସେହିପରି ମଧ୍ୟରାତ୍ରର କିଛି ସମୟ ପରେ ବିପେଜି ଅଫିସକୁ ଘେରି ଯାଇଥିଲେ ୩୦୦ ଲୋକ। ଆର୍ମ ଯବାନ ଏମାନଙ୍କୁ ଘଉଡ଼ାଇଥିଲେ। ପଶ୍ଚିମ ଇମ୍ଫାଲରେ ଥିବା ମଣିପୁର ରାଜ୍ୟ ବିଜେପି ମୁଖ୍ୟଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କରିଥିଲେ ଦାଙ୍ଗାକାରୀ। କିନ୍ତୁ ଆର୍ମୀ ଯବାନଙ୍କ ଉପସ୍ଥିତି ଯୋଗୁ ସଫଳ ହୋଇନଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login