The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ତ୍ୱଚା ପାଇଁ ମଲ୍ଲୀ ଫୁଲ ବହୁ ଉପକାର ।

Facebook
Twitter
LinkedIn

ସାଧାରଣତଃ ମଲ୍ଲୀ ଫୁଲ ପ୍ରାୟ ସଭିଙ୍କର ପସନ୍ଦର ଫୁଲ ହୋଇଥାଏ । ଅନ୍ୟପକ୍ଷେ ମଲ୍ଲୀ ଫୁଲକୁ ମହିଳା ଓ ଯୁବତୀ ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଗଭାରେ ଧାରଣ ମଧ୍ୟ କରିଥାନ୍ତି । ମଲ୍ଲୀ ଫୁଲ ମାଳର ମଧ୍ୟ ଚାହିଦା କିଛି କମ୍ ନୁହେଁ । ଏହାର ମନଲୋଭା ବାସ୍ନା ଖୁବ୍ ଆଦରଣୀୟ । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ଔଷଧିୟ ଗୁଣ ଯେ ଆପଣଙ୍କ ତ୍ୱଚା ପାଇଁ ଏହା ଖୁବ୍ ଫାଇଦା ଦେଇଥାଏ । ଏଥିରେ ଭରପୁର ମଶ୍ଚରାଇଜିଙ୍ଗ୍ ଗୁଣ ବି ରହିଛି । ଯାହା ଆପଣଙ୍କ ତ୍ୱଚା ପାଇଁ ବେଶ୍‌୍ ଲାଭଦାୟକ ।


ଏହାକୁ କିପରି ବ୍ୟବହାର କରିବେ । ଯାହା ଆପଣଙ୍କ ତ୍ୱଚାକୁ ସତେଜ ଓ ସୁନ୍ଦର ରଖିବା ।

୧. କୋମଳ ତ୍ୱଚା ପାଇଁ ମଲ୍ଲୀ ଫୁଲର ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ ଦେଖିବେ ଏହା କିପରି ଆପଣଙ୍କ ମୁହଁକୁ ଭିତରୁ ସଫା କରିବା ସହ କୋମଳ ତ୍ୱଚା ପ୍ରଦାନ କରିବ ।

୨. ଶରୀରର ଦୁର୍ଗନ୍ଧ ରୋକିବାରେ ଏହା ଚମତ୍କାରିତା କିଛି କମ୍ ନୁହେଁ । ଘରେ ଆପଣ ବନାଇ ପାରିବେ ମଲ୍ଲୀଫୁଲର ବଡି ଷ୍ପ୍ରେ । ଏଥିପାଇଁ ଜସ୍ମିନ ଏସେନ୍ସିଆଲ ଅଏଲ ବ୍ୟବହାର କରିପାରିବେ । ଏହାକୁ ବନାଇବାକୁ ହେଲେ ଏକ ସ୍ପ୍ରେ ବୋତଲରେ ପାଣି ଓ ମଲ୍ଲୀ ଫୁଲର ତେଲ ମିଶାନ୍ତୁ । ଯାହା ଏକ ସବୁଠାରୁ ପ୍ରଭାବଶାଳୀ ବିୟୁଟି ହ୍ୟାକ୍ ହେବ । ଯାହାର ବ୍ୟବହାର ଆପଣଙ୍କ ତ୍ୱଚାକୁ ଚମକ ଆଣିବାରେ ସହାୟକ ହେବ ।

୩. ବ୍ରଣ ସମସୟା ପାଇଁ ମଧ୍ୟ ଆପଣ ଏହାକୁ ବ୍ୟବହାର କରି ପାରିବେ । ମଲ୍ଲୀ ଫୁଲର ପାଖୁଡା ଗୁଡିକୁ ଆପଣ ଭଲଭାେ ପେଷ୍ଟ୍ କରି ନିଅନ୍ତୁ । ଏହାକୁ ନିୟମିତ ଭାବେ ସିଧା ସଳଖ ଆପଣଙ୍କ ମୁହଁରେ ଲଗାନ୍ତୁ । ଦେଖିବେ ଧିରେ ଧିରେ ବ୍ରଣ ଦୂର ହେବା ସହ ଏକ ଉଜ୍ୱଳ ତ୍ୱଚା ଅନୁଭବ କରିବେ ।

୪. ସୂର୍ଯ୍ୟତାପରେ ଆପଣଙ୍କ ତ୍ୱଚା ସମସ୍ୟା ହେଉଥିଲେ ଏହାର ବ୍ୟବହରା ବେଶ୍ ଲାଭ ଦାୟକ । ମଲ୍ଲୀ ଫୁଲର ରସକୁ ମୁହଁରେ ଲଗାନ୍ତୁ । ଦେଖିବେ ଆପଣଙ୍କୁ କିପରି ଫ୍ରେସ୍ ଅନୁଭବ ହେବ । ଖାଲି ସେତିକି ନୁହେଁ ଅଧିକ ଫ୍ରେସ୍ ପାଇଁ ଗାଧୋଇଚା ସମୟରେ ମଧ୍ୟ ପାଣିରେ ଆପଣ ଏହାର ପାଖୁଡା ବା ପେଷ୍ଟ୍‌କୁ ବ୍ୟବହରା କରି ପାରିବେ । ଯାହାଦ୍ୱାରା ଆପଣ ଖବ୍ ସତେଜ ଅନୁଭବ କରି ପାରିବେ ।

୫. କେଶର ଚମକତା ପାଇଁ ମଧ୍ୟ ମଲ୍ଲୀ ଫୁଲ ଉପେଯାଗୀ । କେଶର ଡିପ୍ କଣ୍ଡିକ୍ସନିଂ ପାଇଁ ମଧ୍ୟ ଏହାକୁ ଆପଣ ବ୍ୟବହାର କରି ପାରିବେ ।ଏଥି ପାଇଁ ମଲ୍ଲୀ ଫୁଲକୁ ଗରମ ପାଣିରେ କିଛି ସମୟ ଫୁଟାଇ ଥଣ୍ଡା କରି ନିଅନ୍ତୁ । ଏହାପରେ ଏହି ପାଣିରେ ଆପଣ କେଶ ଧୁଅନ୍ତୁ ଦେଖିବେ କେଶ କିପରି ଚମକିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login