ଧୂଳିମାଟି ଓ ପ୍ରଦୂଷଣ କାରଣରୁ ତ୍ୱଚାରେ ଅନେକ ସମସ୍ୟା ସୃଷ୍ଟି ହେବା ସହ ସୌନ୍ଦର୍ଯ୍ୟ ହ୍ରାସ ହେବା ଭଳି ଅନୁଭବ ହୋଇଥାଏ । ତେବେ ଏହି ସମସ୍ୟାଦୂର ପାଇଁ ବେସନ ଓ ଗୋଲାପ ଜଳ ଫେସ ପ୍ୟାକ୍ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ପାଇଁ ଉପକାରୀ ହୋଇଥାଏ ।

ଏହା ସପ୍ତାହକୁ ୨ ରୁ ୩ ଥର ଫେସ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ବ୍ରଣ ଜନିତ ସମସ୍ୟା ପାଇଁ ଖୁବ୍ ଉପକାରୀ । ବେସନ ଓ ଗୋଲାପ ଜଳ ଫେସ ପ୍ୟାକ୍ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର କଳାପଣ ଦୂର ହୋଇ ସୁନେଲି ରଙ୍ଗ ହୋଇଥାଏ । ଏହା ତ୍ୱଚାର ଅତିରିକ୍ତ ତୈଳକୁ ନିୟନ୍ତ୍ରଣ କରିଥାଏ । ତ୍ୱଚାକୁ ଥଣ୍ଡା ପ୍ରଦାନ କରିଥାଏ । ଦାଗ ଦୂର କରିଥାଏ ।
ଗୋଲାପ ଜଳରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ତ୍ୱଚା ପାଇଁ ଚମତ୍କାରୀ ଲାଭ ପ୍ରଦାନ କରିଥାଏ । ଏହି ଫେସ ପ୍ୟାକ୍ ତ୍ୱଚାକୁ କୋମଳ କରିଥାଏ । ଏହା ପ୍ରାକୃତିକ ମଶ୍ଚୁରାଇଜର ଭଳି କାମ କରିଥାଏ ।
Views: 208