ବ୍ୟୁରୋ : ତ୍ୱଚାରେ ଗ୍ଲୋ ଆଣିବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଘରୋଇ ଉପାୟ । ଯାହା ଆମ ତ୍ୱଚା ପାଇଁ ବହୁତ ଲାଭଦାୟକ । ଯଦି ଆପଣ ମୁହଁରେ ମୁଲତାନି ବ୍ୟବହାର କରିବାକୁ ଭାବୁଛନ୍ତି, ତେବେ ପ୍ରଥମେ ଏହାର ଲାଭ ବିଷୟରେ ଜାଣନ୍ତୁ । ଯଦି ଆପଣଙ୍କ ମୁହଁକୁ ଭିତରୁ ସଫା କରିବାକୁ ଚାହାଁନ୍ତି ତେବେ ମୁଲତାନି ମାଟି ବ୍ୟବହାର କରନ୍ତୁ । ଯାହା ତ୍ୱଚାରୁ ମଇଳା, ତେଲ ଏବଂ ବିଷାକ୍ତ ପଦାର୍ଥ ବାହାର କରି ମୁଁହରେ ଗ୍ଲୋ ଆଣିଥାଏ । ମୁହଁରେ ଅଧିକ ତେଲ ଅଂଶ ଯୋଗୁଁ ବ୍ରଣ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ଏବେ ଖୁବ୍ ସାଧାରଣ ସମସ୍ୟା ହୋଇଗଲାଣି । ତେଣୁ ଏଥିରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ଥିବାରୁ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ ।ମୁଲତାନି ମାଟି ସହ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ୧୫-୨୦ ମିନିଟ୍ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି ସପ୍ତାହରେ ୨ ଥର ବ୍ୟବହାର କରିବା ଦ୍ବାରା ମୁହଁ ଫୁଲା ଏବଂ ଥକ୍କାପଣକୁ ଦୂର କରିଥାଏ । ସେହିପରି ମୁଲତାନି ମାଟି ସହିତ ଆଲୋଭେରା ଜେଲ୍ ମଧ୍ୟ ମିଶାଇ ପାରିବେ । ଯାହାକୁ ଲଗାଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ । ଏଥିସହ ଯଦି ଆପଣଙ୍କର ଏପରି ସମସ୍ୟା ଦେଖାଦେଉଛି ତେବେ ନିଶ୍ଚିନ୍ତ ଭାବରେ ଏହି ଟିପ୍ସକୁ ଫଲୋ କରନ୍ତୁ ।କେବଳ ଏତିକି ନୁହେଁ ବରଂ ମୁଲତାନି ମାଟିକୁ କେଶ ସଫା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଯାହା କେଶକୁ ନରମ ଏବଂ ଚମକଦାର କରିଥାଏ । ମଜବୁତ କେଶ ପାଇଁ ମୁଲତାନି ମାଟି ଖୁବ୍ ଉପଯୋଗୀ ପ୍ରମାଣିତ ହୋଇଛି । ମୁଲତାନି ମାଟି ସହ ଅନ୍ୟାନ୍ୟ ଘରୋଇ ଜିନିଷ ମଧ୍ୟ ସାମିଲ କରିପାରିବେ । ଯାହାକୁ ବ୍ୟବହାର କରିବା ଦ୍ବାରା ଅଧିକରୁ ଅଧିକ ଲାଭ ମିଳିଥାଏ ।
ତ୍ୱଚାରେ ଗ୍ଲୋ ଆଣିବ ମୁଲତାନି ମାଟି , ଜାଣନ୍ତୁ କିପରି ବ୍ୟବହାର କରିବେ ?
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







