ତେଲେଙ୍ଗାନା : ତେଲେଙ୍ଗାନା ବିସ୍ଫୋରଣ ଘଟଣାରେ ଆଉ ୫ ଓଡିଆ ନିଖୋଜ । ୫ ଓଡିଆ ନିଖୋଜ ସ୍ପଷ୍ଟ କଲେ ପରିବାର ନିଦେ୍ର୍ଦଶାଳୟ ଓଏସଡି ପ୍ରୀତିଶ ପଣ୍ଡା । ବିସ୍ଫୋରଣରେ ୪ ଓଡିଆହ୍କ ମୃତ୍ୟୁ ଘଟିଥିବା ବେଳେ ୪ ଚିକିତ୍ସାଧୀନ । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି , ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି । ଏଯାବତ ୩୨ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ । ସୂଚନାନୁଯାୟୀ, ରବିବାର ଦିନ ସାଙ୍ଗାରେଡ୍ଡି ଜିଲ୍ଲାରେ ଥିବା ସିଗାଚି ଇଣ୍ଡଷ୍ଟ୍ରିର ଫାର୍ମା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏହି ଫ୍ୟାକ୍ଟ୍ରିରେ ବିହାର, ଉତ୍ତରପ୍ରଦେଶ ଓ ଓଡ଼ିଶାର ପ୍ରବାସୀ ଶ୍ରମିକ କାର୍ୟ୍ୟ କରୁଥିଲେ । ଏହି ବିସ୍ଫୋରଣରେ ୩୪ ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣ ଓଡିଆ ଲୋକ ଥିବା ଜଣାପଡିଛି । ଯାହା ସମଗ୍ର ଦେଶକୁ ଥରାଇ ଦେଇଛି ।
Views: 17