ନୂଆଦିଲ୍ଲୀ : ଦେଶବ୍ୟାପୀ ତେଜୁଛି ‘କୋଲକାତା’ ନିଆଁ । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଏବେ ହିଂସାର ରୂପ ନେଲାଣି । ଯେଉଁ ଡାକ୍ତରଖାନାରେ ନିର୍ଭୟାକାଣ୍ଡର ପୁନରାବୃତ୍ତି ହୋଇଥିଲା ସେହି ମେଡିକାଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଆନ୍ଦୋଳନକାରୀ । ବୁଧବାର ରାତିରେ ଦେଶର ସମସ୍ତ ରାଜ୍ୟରେ ଡାକ୍ତରମାନେ ଏହି ଘଟଣା ବିରୋଧରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଏହାକୁ ନେଇ ପଶ୍ଚିମବଙ୍ଗରେ ବ୍ୟାପକ ପ୍ରତିବାଦ ହୋଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ଆରଜି କର ହସ୍ପିଟାଲରେ କିଛି ଲୋକ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଶତାଧିକ ଲୋକ ହସ୍ପିଟାଲ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ଡାକ୍ତରମାନଙ୍କୁ ମାଡ଼ ମାରିଛନ୍ତି । ଏହାସହ ଜରୁରୀକାଳୀନ ୱାର୍ଡ ନିକଟରେ ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ପଶ୍ଚିମବଙ୍ଗ ପୁଲିସ କମିସନର ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Views: 40