The Ultimate Managed Hosting Platform
ADVERTISEMENT

ତୃତୀୟ ଥର ପାଇଁ ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର : ହେବ ପଲିଗ୍ରାଫ୍ ଟେଷ୍ଟ

Facebook
Twitter
LinkedIn

ଭୁବନେଶ୍ୱର: ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଗୁମର ଖୋଲୁଛି । କମିଶନରେଟ ପୋଲିସ ରମେଶ ସ୍ୱାଇଁଙ୍କୁ ‌ଆଜିଠୁ ୫ଦିନି‌ଆ ରିମାଣ୍ଡରେ ନେବ । ତୃତୀୟ ଥର ପାଇଁ ରିମାଣ୍ଡରେ ନେଇ ଅଧିକ ଗୁମର ଖୋଲିପାରେ ପୋଲିସ । ରମେଶଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ଦେଇଛନ୍ତି।ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଆବେଦନ କରାଯାଇଥିଲା। ହେଲେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିଲେ। ଗୌହାଟୀର ଜଣେ ମହିଳା ଡାକ୍ତରଙ୍କୁ ବିବାହ ନାଁରେ ଠକେଇ ଅଭିଯୋଗ ମାମଲାରେ ମହିଳା ଥାନା ପୋଲିସ ତାଙ୍କୁ ଜେରା କରିବ। ଏହାସହ ତାଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଏନେଇ ଡିସିପି ସୂଚନା ଦେଇଛନ୍ତି।ଏବେ ସୁଦ୍ଧା ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲାର ରୁଜୁ ହେଲାଣି।

ପୋଲିସର ତଥ୍ୟ ଅନୁଯାୟୀ ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତେବେ ତା’ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲା। ସେ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଇ ମହିଳାଙ୍କୁ ବିବାହ କରୁଥିଲା। କେତେବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ।

୨୦୧୮ ମସିହାରେ ସେଣ୍ଟ୍ରାଲ୍ ଆର୍ମଡ ଫୋର୍ସରେ କାର‌୍ୟ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login