ଅଙ୍କାରା : ତୁର୍କୀରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ ଉଗ୍ର ପାଲେଷ୍ଟାଇନ ସମର୍ଥକମାନେ ପ୍ରବେଶ କରି ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ, ମଧ୍ୟପୂର୍ବରେ ଇସ୍ରାଏଲ-ହମାସ ସଂଘର୍ଷ ଚାଲିଥିବାବେଳେ ରବିବାରଦିନ ପାଲେଷ୍ଟାଇନ ସମର୍ଥନରେ ତୁର୍କୀରେ ଏକ ରାଲି କରାଯାଉଥିଲା । ଏହି ସମୟରେ ଏହି ଲୋକମାନେ ହଠାତ ଅଙ୍କାରାରେ ଥିବା ଇନସାର୍ଲିକ୍ ଆମେରିକୀୟ ବାୟୁସେନା ଘାଟିରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ତୁର୍କୀ ପୋଲିସ ଭିଡକୁ ହଟାଇବା ପାଇଁ ଲୁହବୁହା ଗ୍ୟାସ ଏବଂ ଓ୍ବାଟରକାନନ ପ୍ରୟୋଗ କରିଥିଲା । ତେବେ ଏହି ଘଟଣାରେ କୌଣସି ଆମେରିକୀୟ ସୈନ୍ୟ ମୃତାହତ ହୋଇଥିବା ଖବର ମିଳିପାରିନାହିଁ ।
ପାଲେଷ୍ଟାଇନ ସମର୍ଥକ ଗୋଷ୍ଠୀ ଆଇଏଚଏଚ ମାନବୀୟ ରିଲିଫ ପାଣ୍ଠି ପକ୍ଷରୁ ଏହି ରାଲିର ଆୟୋଜନ କରାଯାଇଥିଲା । ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଗାଜା ସଙ୍କଟ ଉପରେ ଆଲୋଚନା ପାଇଁ ଆଙ୍କାରାରେ ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟିଥିଲା । ଗାଜାରେ ମାନବିକ ସଙ୍କଟ ଘନୀଭୂତ ହେଉଥିବାରୁ ତୁର୍କୀ ଇସ୍ରାଏଲକୁ ତୀବ୍ର ସମାଲୋଚନା କରିଛି। ପାଲେଷ୍ଟାଇନ ଉଗ୍ରବାଦୀ ସଙ୍ଗଠନ ହାମାସକୁ ସମର୍ଥନ କରିବା ସହ ତୁର୍କୀ ଦୁଇଟି ସ୍ୱାଧୀନ ରାଷ୍ଟ୍ରର ସମାଧାନ ସପକ୍ଷରେ ରହିଛି। ଇସ୍ରାଏଲ-ହାମାସ ଯୁଦ୍ଧ ଆରମ୍ଭ ହେବା ପରଠାରୁ ତୁର୍କୀରେ ବିକ୍ଷୋଭ ଜାରି ରହିଛି ।
ତୁର୍କୀରେ ଥିବା ଆମେରିକୀୟ ବାୟୁ ସେନା ଘାଟିରେ ପଶିଲେ ପାଲେଷ୍ଟାଇନ ସମର୍ଥକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











