କୋଲକତା : ଥମୁନି ତୃଣମୂଳ କଂଗ୍ରେସ ନେତା ମହୁଆ ମୈତ୍ରଙ୍କ ଅଡୁଆ। ପ୍ରଶ୍ନ ପଚାରିବାକୁ ନେଇ ଲାଞ୍ଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେବାପରେ ଏବେ ତାଙ୍କୁ ଦିଲ୍ଲୀରେ ଥିବା ସରକାରୀ ବାସଭବନ ତୁରନ୍ତ ଖାଲି କରିବାକୁ ନୋଟିସ ଜାରି ହୋଇଛି । ଟିଏମସି ନେତା ମହୁଆ ମୈତ୍ରଙ୍କୁ ପ୍ରଥମେ ସରକାରୀ ବଂଗଳା ଖାଲି କରିବାକୁ କୁହାଯାଇଥିଲା। ଏହାପରେ ୮ ଜାନୁଆରୀରେ ତାଙ୍କୁ ନୋଟିସ ଜାରି କରି ୩ ଦିନରେ ଘର ଖାଲି କରିବାକୁ ନିର୍ଦ୍ଦେଶ ସହ ବଙ୍ଗଳା ଖାଲି ନକରିବାର କାରଣ ଦର୍ଶାଇବାକୁ କୁହାଯାଇଥିଲା। ଏହାପରେ ଗତକାଲି ମଙ୍ଗଳବାର ମହୁଆ ମୈତ୍ରଙ୍କୁ ପୁଣି ଏକ ନୋଟିସ ଜାରି କରାଯାଇଛି। ଏଥିରେ ସେ ରହୁଥିବା ସରକାରୀ ଘର ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Views: 94











