The Ultimate Managed Hosting Platform
ADVERTISEMENT

ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା, ଟ୍ରକ୍, ଜଣେ ତୀର୍ଥ ଯାତ୍ରୀ ମୃତ।

Facebook
Twitter
LinkedIn

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା , ୬୦ ନମ୍ବର ଜାତୀୟ ରାଜପଥ ର କଟିପୋଲ ନିକଟରେ ଏକ ସଡ଼କ ଦୁର୍ଘଟଣା, ଜଣେ ମୃତ ଓ ଅଳ୍ପକେ ବର୍ତ୍ତି ଗଲେ ୬୦ରୁ ଊର୍ଦ୍ଧ ଯାତ୍ରୀ। ସୂଚନା ମୁତାବକ ପଶ୍ଚିମବଙ୍ଗ ବର୍ଦ୍ଧମାନ ରୁ ୬୦ ଜଣରୁ ଉର୍ଦ୍ଧ ତୀର୍ଥ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ରାଜଲକ୍ଷ୍ମୀ ନାମକ ଏକ ଘରୋଇ ବସ ଚକା ପଙ୍କଚର ହେବାରୁ ୬୦ ନମ୍ବର ଜାତୀୟ ରାଜପଥ ର କଟିପୋଲ ନିକଟରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ , ଚକା ମରାମତି କରୁଥିଲା। ପଛପଟୁ ଏକ ଟ୍ରକ ଦୃତ ଗତିରେ ଆସି ତୀର୍ଥ ଯାତ୍ରୀ ବସ କୁ ଧକ୍କା ଦେଇଥିଲା। ପଛ ପଟୁ ଧକ୍କା ହେବାରୁ , ଆଗରେ ଛିଡା ହୋଇଥିବା କିଛି ଯାତ୍ରୀଙ୍କ ଉପରକୁ ବସ ଟି ମାଡ଼ି ଯାଇଥିଲା ।

ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଯାତ୍ରୀ ମାନେ ସାମାନ୍ୟ ଗୁରୁତର ଓ ଆହତ ହୋଇ ଥିଲେ। ଆହତ ମାନେ ସ୍ଥାନୀୟ ବସ୍ତା ମେଡିକାଲ ରେ ଚିକିତ୍ସା ଧିନ୍ ରହିଛନ୍ତି।ତେବେ ମୃତ ମହିଳା ତୀର୍ଥ ଯାତ୍ରୀ ଜଣକ ହେଲେ ପଶ୍ଚିମବଙ୍ଗ ର ଶ୍ୟାମପୁର ଥାନା ଅଞ୍ଚଳ ର ମମତା ଢ଼ିଙ୍କି (୪୫)। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାବା ସହିତ , ଉଭୟ ଟ୍ରକ ,ବସ ସହିତ ଡ୍ରାଇଭର ଖଲାସି ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login