ସୋର : ରାଧାବଲ୍ଲଭପୁର ଛକ ନିକଟରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢି ଓଲଟି ପଡିଲା ବସ । ପୁରୀରୁ ୬୫ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗ ଦୀଘାକୁ ଯାଉଥିଲା ବସ । ଡ୍ରାଇଭର ଓ ହେଲ୍ପର ଫେରାର, ସିମୁଳିଆଓ ସୋର ସ୍ୱାସ୍ଥ୍ୟକେନ୍ଦ୍ରରେ ଆହତ ଭର୍ତ୍ତି । ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇ ନ ଥିବା ସିମୁଳିଆ ପୋଲିସର ସୂଚନା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ତାରିଣୀ ଛକ ନିକଟ ଡିଭାଇଡରକୁ ପିଟି ହୋଇ ଓଲଟି ପଡ଼ିଥିଲା ବସ୍ । ପ୍ରାୟ ୩୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସିମୁଳିଆ ପୋଲିସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ୫ ଗୁରୁତରଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୁସ୍ଥ ଯାତ୍ରୀଙ୍କୁ ଅନ୍ୟ ଏକ ଗାଡିରେ ଗନ୍ତବ୍ୟ ସ୍ଥଳକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।
Views: 27