May 19, 2024 6:51 am

The Ultimate Managed Hosting Platform
ADVERTISEMENT

ତିହାର ଜେଲରେ ପ୍ରତିଦିନ ମିଠା ଖାଉଛନ୍ତି କେଜ୍ରିୱାଲ , ଯାହା ଫଳରେ ଚିକିତ୍ସା ଆଳରେ ନେବେ ଜାମିନ । କୋର୍ଟରେ ଇଡିର ଅଭିଯୋଗ

Facebook
Twitter
LinkedIn

ନୂଆଦିଲ୍ଲୀ : ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । ଯାହାଦ୍ୱାରା ତାଙ୍କ ଶରୀରରେ ସୁଗାର ମାତ୍ରା ବଢିବ ଏବଂ ମେଡିକାଲ ଚିକିତ୍ସା ଆଧାରରେ ଜାମିନ ହାସଲ କରିପାରିବେ । ଦୀର୍ଘଦିନ ହେବ ଗିରଫ ହେବା ପରେ ମଧ୍ୟ କେଜ୍ରିୱାଲଙ୍କୁ ଜାମିନ ମିଳିନାହିଁ । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଇଡି କେଜ୍ରିୱାଲଙ୍କ ନାଁରେ ବଡ ଅଭିଯୋଗ ଆଣିଛି । କୋର୍ଟରେ ଇଡି ପକ୍ଷରୁ କୁହାଯାଇଛି ଯେ, ଜେଲରେ ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । ଯାହାଦ୍ୱାରା ତାଙ୍କ ଶରୀରରେ ସୁଗାର ମାତ୍ରା ବଢିବ ଏବଂ ମେଡିକାଲ ଚିକିତ୍ସା ଆଧାରରେ ଜାମିନ ହାସଲ କରିପାରିବେ । କୋର୍ଟରେ ଇଡି ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲ ଟାଇପ-୨ ମଧୁମେହରେ ପୀଡିତ । ଏହାସତ୍ତେ୍ୱ ମଧ୍ୟ ଜେଲରେ ଅଧିକ ମାତ୍ରାରେ ଆଳୁ, ପୁରୀ, ଆମ୍ବ ଓ ମିଠା ଖାଉଛନ୍ତି କେଜ୍ରିୱାଲ । ଯାହାଦ୍ୱାରା ଶରୀର ସୁଗାର ମାତ୍ରା ବଢିବ ଏବଂ ତାଙ୍କୁ ଚିକିତ୍ସା ଆଳରେ ଜାମିନ ମିଳିଯିବ । ଏହି ଅଭିଯୋଗକୁ ନେଇ କୋର୍ଟ କେଜ୍ରିୱାଲଙ୍କ ଓକିଲଙ୍କୁ ଜେଲର ରିପୋର୍ଟ ଏବଂ କେଜ୍ରିୱାଲଙ୍କ ଡାଏଟ ପ୍ଳାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ ରହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login