ନୂଆଦିଲ୍ଲୀ : ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । ଯାହାଦ୍ୱାରା ତାଙ୍କ ଶରୀରରେ ସୁଗାର ମାତ୍ରା ବଢିବ ଏବଂ ମେଡିକାଲ ଚିକିତ୍ସା ଆଧାରରେ ଜାମିନ ହାସଲ କରିପାରିବେ । ଦୀର୍ଘଦିନ ହେବ ଗିରଫ ହେବା ପରେ ମଧ୍ୟ କେଜ୍ରିୱାଲଙ୍କୁ ଜାମିନ ମିଳିନାହିଁ । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଇଡି କେଜ୍ରିୱାଲଙ୍କ ନାଁରେ ବଡ ଅଭିଯୋଗ ଆଣିଛି । କୋର୍ଟରେ ଇଡି ପକ୍ଷରୁ କୁହାଯାଇଛି ଯେ, ଜେଲରେ ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । ଯାହାଦ୍ୱାରା ତାଙ୍କ ଶରୀରରେ ସୁଗାର ମାତ୍ରା ବଢିବ ଏବଂ ମେଡିକାଲ ଚିକିତ୍ସା ଆଧାରରେ ଜାମିନ ହାସଲ କରିପାରିବେ । କୋର୍ଟରେ ଇଡି ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲ ଟାଇପ-୨ ମଧୁମେହରେ ପୀଡିତ । ଏହାସତ୍ତେ୍ୱ ମଧ୍ୟ ଜେଲରେ ଅଧିକ ମାତ୍ରାରେ ଆଳୁ, ପୁରୀ, ଆମ୍ବ ଓ ମିଠା ଖାଉଛନ୍ତି କେଜ୍ରିୱାଲ । ଯାହାଦ୍ୱାରା ଶରୀର ସୁଗାର ମାତ୍ରା ବଢିବ ଏବଂ ତାଙ୍କୁ ଚିକିତ୍ସା ଆଳରେ ଜାମିନ ମିଳିଯିବ । ଏହି ଅଭିଯୋଗକୁ ନେଇ କୋର୍ଟ କେଜ୍ରିୱାଲଙ୍କ ଓକିଲଙ୍କୁ ଜେଲର ରିପୋର୍ଟ ଏବଂ କେଜ୍ରିୱାଲଙ୍କ ଡାଏଟ ପ୍ଳାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ ରହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ।
ତିହାର ଜେଲରେ ପ୍ରତିଦିନ ମିଠା ଖାଉଛନ୍ତି କେଜ୍ରିୱାଲ , ଯାହା ଫଳରେ ଚିକିତ୍ସା ଆଳରେ ନେବେ ଜାମିନ । କୋର୍ଟରେ ଇଡିର ଅଭିଯୋଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











