କେନ୍ଦ୍ରାପଡା : ତିନିି ମୁହାଣ ଛକରେ ଘଟିଲା ଦୁର୍ଘଟଣା । ହାଇୱା ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ । ଯାହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ପୋଲିସ ଉପସ୍ଥିତିରେ ଡ୍ରାଇଭରକୁ ପିଟିଛନ୍ତି ଲୋକେ । ସୂଚନାନୁସାରେ ସ୍କୁଟିରେ ସ୍ବାମୀ, ସ୍ତ୍ରୀ ଓ ପୁଅ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ସ୍ବାମୀ, ସ୍ତ୍ରୀ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ହାଇୱା ଧକ୍କା ଦେଇଥିଲା। ସ୍ବାମୀ ଓ ପୁଅ ଆହତ ହୋଇଛନ୍ତି । ମାଟ୍ରିକ୍ ପରୀକ୍ଷା ପାଇଁ ଯାଉଥିବା ପୁଅର ହାତ ଭାଙ୍ଗିଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
Views: 23