
ଭୁବନେଶ୍ୱର : ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର । ତିନିଦିନ ହେଲା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ହେବା ପରେ ଆଜି ଖୋଲିଯାଇଛି ପୁରୀ ଶୀମନ୍ଦିର । ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତମାନେ ।ଆଜି ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତଙ୍କର ଭିଡ ଲାଗିରହିଛି । ତେବେ ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଓମିକ୍ରନ୍ ସଂକ୍ରମଣ ଯେଉଁଭଳି ଭାବରେ ସାରା ବିଶ୍ୱରେ ଆତଙ୍କ ଖେଳେଇଛି ତାକୁ ନଜରରେ ରଖି ଭକ୍ତମାନେ ବ୍ୟାରିକେଡ୍ ଭିତରେ ସାମାଜିକ ଦୂରତା ରକ୍ଷାକରିବେ ଏବଂ କୋଭିଡ୍ର ସମସ୍ତ ନିୟମ ମାନି ଦର୍ଶନ କରିବାକୁ କୁହାଯାଇଛି । ତେବେ ମନ୍ଦିର ପ୍ରଶାସନ୍ର ପୂର୍ବ ନିଷ୍ପତି ଅନୁଯାୟୀ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଦୁଇଦିନ ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ଥିଲା । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଭକ୍ତମାନେ ପତିତପାବନଙ୍କୁ ଦର୍ଶନ କରିଥିଲେ ।
Views: 244