The Ultimate Managed Hosting Platform
ADVERTISEMENT

ତାଳଚେର ଥାନା ନିକଟରେ ଯୁବକଙ୍କ ଜୀବନ ନେଇଗଲେ !

Facebook
Twitter
LinkedIn

ପାଲଲହଡା : ତାଳଚେର ଥାନା ନିକଟରେ ଯୁବକଙ୍କ ଜୀବନ ନେଇଗଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପେଚକସ ଭୁସି ହତ୍ୟା କରାଯାଇଛି । ମୃତକ ତାଳଚେର ବଡଦାଣ୍ଡ ସାହିର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ହତ୍ୟାକାରୀ ଚଗଲା ଅମାନ୍ତ ମୃତକ ସନ୍ତୋଷ ମହାପାତ୍ରଙ୍କୁ ଏକ ଭୋଜିରେ ରୋଷେଇ କରିବାକୁ ଡାକି ନେଇଥିଲେ। ସେହି ଭୋଜିରେ ଚଗଲା ଅମାନ୍ତଙ୍କର ୭ ହଜାର ୨୦୦ ଟଙ୍କା ସନ୍ତୋଷ ଚୋରାଇ ଆଣିଥିବା ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଜି ଉକ୍ତ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ତାଳଚେର ଥାନା ନିକଟରେ ଯୁକ୍ତିତର୍କ ହୋଇଥିଲା ଯାହାକୁ ନେଇ ହତ୍ୟାକାରୀ ଚଗଲା ଏକ ପେଚକସ ମାଧ୍ୟମରେ ତାଙ୍କ ବେକକୁ ଆକ୍ରମଣ କରିଥିଲା। ତେବେ ସନ୍ତୋଷଙ୍କୁ ଭୋଜି କରିବାକୁ ଡାକି ନେଇ ଚଗଲା ତାଙ୍କ ପଇସା ଦେଇନଥିବା ବେଳେ ମାଗିବାରୁ ସେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login