The Ultimate Managed Hosting Platform
ADVERTISEMENT

ତାଲିମ ପାଇ ଲୋକଙ୍କୁ ଉନ୍ନତ ସେବା ଯୋଗାଇବେ ଜନ ପ୍ରତିନିଧି।

Facebook
Twitter
LinkedIn

(ଅଜିତ କୁମାର ସାହୁ / ବସ୍ତା)ତୃଣମୂଳ ସ୍ତରରେ ଜନ ସାଧାରଣଙ୍କୁ ସରକାରଙ୍କ ଲୋକାଭିମୁଖୀ ଯୋଜନା,
ସ୍ୱଚ୍ଛ ଶାସନ ସହିତ ସ୍ୱଚ୍ଚ ସେବା, ଯୋଗାଇ ଦେବା ଓ ସାଧରଣ ଜନତା ଙ୍କ ପ୍ରତି ଜନ ପ୍ରତିନିଧି ଙ୍କ କର୍ତ୍ତବ୍ୟ ଓ ଦାଇତ୍ୱ ବୋଧ କିଭଳି ହେବା ଉଚିତ୍ ଏନେଇ
ବସ୍ତାବ୍ଲକ ମୁକୁଳିଶି ଠାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସ୍ପର୍ଶ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବସ୍ତା ବ୍ଲକ ୩୧ ଟି ପଞ୍ଚାୟତ ର ସମସ୍ତ ସରପଞ୍ଚ, ସମିତି ସଦସ୍ୟ ସଦସ୍ୟା, ଓ ୱାର୍ଡ ସଭ୍ୟ ସଭ୍ୟା ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାନୁଆରୀ ୧୬ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩ ପଯ୍ୟନ୍ତ ଚାଲିଥିବା ବେଳେ ପର୍ଯ୍ୟାୟକ୍ରମେ ସରପଞ୍ଚ, ସମିତି ସଦସ୍ୟ ସଦସ୍ୟା, ଓ ୱାର୍ଡ ସଭ୍ୟ ସଭ୍ୟା ମୋଟ ୫୨୧ ଜଣ ପ୍ରଶିକ୍ଷଣ ଗ୍ରହଣ କରିବା ସହିତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜଲଜୀବନ, ଅମୃତସରଭର ,ଫାଇଭ୍ – ଟି ସ୍କୁଲ ଭଳି ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ବସ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳି ଦାସ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ଯଜିତ୍ ମହାନ୍ତି ଯୋଗ ଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅଞ୍ଜନ ପାଣିଗ୍ରାହୀ,ବ୍ଲକ ମଙ୍ଗଳ ଅଧିକାରୀ ମନୋରଞ୍ଜନ ବେହେରା, ବ୍ଲକ ସେକ୍ସନ ବିଭାଗୀୟ ଅଧିକାରୀ ବୈକୁଣ୍ଠ ରୟ ଯୋଗ ଦେଇଥିବା ବେଳେ, ପ୍ରଶିକ୍ଷଣ ଅଧିକାରୀ ଭାବେ ଚନ୍ଦ୍ର ଶେଖର ପଣ୍ଡା, କଳ୍ପନା ଦାସ,ଘନଶ୍ୟାମ ସିଟ, ଜୟନ୍ତ କୁମାର ଦେ ଯୋଗ ଦେଇଥିଲେ। ସ୍ପର୍ଶ ସ୍ବେଚ୍ଛାସେବୀ ସଙ୍ଗଠନର ସଭାପତି ସରୋଜ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ, ଲିପିକା କର ଓ ରାଜେଶ୍ ବେହେରା ପ୍ରତକ୍ଷ ତତ୍ବାବଧାନ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login