The Ultimate Managed Hosting Platform
ADVERTISEMENT

ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ

Facebook
Twitter
LinkedIn

ହିନେ୍ଦାଳ : ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ । ସାଇତା ଧର ସବୁ ଚୋର ନେଇ ଫେରାର । ହିନ୍ଦୋଳ ବ୍ଲକ ବାଲିମି ଥାନା ଦୁଦୁରୁକୋଟ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ବିଳମ୍ୱିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ରାତି ଅଧରେ ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ପଶିଥିଲେ ଲୁଟେରା । ଯାହାପରେ ଘରେ ବୁଲାଇଦେଇଥିଲେ କଳାକନା । ଏପରିକି ବାସନ କୁସନ ବି ଛାଡ଼ିନାହାନ୍ତି ଏ ଦୁର୍ବୃତ୍ତ । ଘରେ ଥିବା ଟିଭି, ସୋଲାର ସିଷ୍ଟମ, ପାଣି ପମ୍ପ ସମେତ ଘରର ସମସ୍ତ ସାମଗ୍ରୀ ନେଇ ଚମ୍ପଟ୍ ମାରିଥିଲେ । ଚରଣ ବେହେରାଙ୍କ ବଡପୁଅ କିଛି ମାସ ପୂର୍ବରୁ ବିବାହ କରିଥିଲେ । ନୂଆ ଘରେ ବୋହୁର ସମସ୍ତ ଆସବାବପତ୍ର ମଧ୍ୟ ରଖିଥିଲେ । ପୁଅ ବାହାର ରାଜ୍ୟରେ କାମ କରୁଥିବାରୁ ସେ ଚାଲି ଯାଇଥିଲେ । ସେପଟେ ବୋହୁ ବାପା ଘରକୁ ବୁଲିବାକୁ ଯାଇଛନ୍ତି । ଅନ୍ୟପଟେ ଚରଣଙ୍କ ଦେହ ଖରାପ ଥିବାରୁ ସେ ପୁରୁଣା ଘରେ ସୋଇଥିଲେ ଏହାର ସୁଯୋଗ ନେଇଥିଲେ ଲୁଟେରା । ଅନ୍ୟପଟେ ଘଟଣାସ୍ଥଳରେ ବାଲିମି ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login