ନୂଆଦିଲ୍ଲୀ : ପୁଣି ବିଷାକ୍ତ ମଦ ନେଲା ଜୀବନ । ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ । ତାମିଲନାଡୁର ଭିଲୁପୁରାମ ଏବଂ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ନେଇକ୍ତି ଜୀବନ । ଭିଲୁପୁରାମ ଜିଲ୍ଲାର ମାରାକାନାମ ନିକଟ ଏକକିରାକୁପ୍ପମର ରହୁଥିବା ୬ ଜଣଙ୍କର ମୃତ୍ୟୁ ହୋଇଛି ।ସ୍ଥାନୀୟ ଅଧିକାରୀଙ୍କ କହିବାନୁଯାୟୀ, ଚେଙ୍ଗଲପଟଟୁ ଜିଲ୍ଲାର ମଧୂରଥଙ୍ଗମରେ ଶୁକ୍ରବାର ଦିନ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ରବିବାର ଦିନ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ଏହି ୪ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ ପିଇ ହୋଇଛି । ବର୍ତ୍ତମାନ ୨୪ ଜଣରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି ।ଏହି ଘଟଣା ପରେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ କହିଛନ୍ତି ଯେ, ସମସ୍ତ ୧୦ ଜଣ ପୀଡିତ ବ୍ୟକ୍ତି ଇଥାନଲ-ମିଥାନୋଲ ପଦାର୍ଥ ସହିତ ମଦ୍ୟପାନ କରିଛନ୍ତି। ତେବେ ଉଭୟ ଜିଲ୍ଲାରେ ଦୁଇଟି ମଦ ପିଇବା ଘଟଣା ସାମ୍ନାକୁ ଆସିଛି। ବାନ୍ତି, ଆଖି ପୋଡିବା ଏବଂ ମୁଣ୍ଡ ବୁଲାଇବା ଅଭିଯୋଗରେ ଭିଲୁପୁରମ୍ ଜିଲ୍ଲାରେ ଛଅ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଅମରନକୁ ଗିରଫ କରିବା ସହିତ ବିଷାକ୍ତ ମଦ ଜବତ କରିଛି ପୋଲିସ ।
ତାମିଲନାଡୁରେ ବିଷାକ୍ତ ମଦ ପିଇ ୧୦ ମୃତ, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...