ଭୁବନେଶ୍ୱର :ଅସହ୍ୟ ଗରମ , ପ୍ରବଳ ଗୁଳୁଗୁଳି । ରାଜ୍ୟରେ ତାତିରୁ ନାହିଁ ନିସ୍ତାର। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଜାରି ରହିଛି ଗ୍ରୀଷ୍ମପ୍ରବାହ। ୨୦ ତାରିଖ ଯାଏ ତାତିରୁ ମିଳିବନି ତ୍ରାହି। ପଶ୍ଚିମ ଓଡ଼ିଶାରେ ଉପରେ ତାତି, ତଳେ ତାତି। ଉପକୂଳରେ ବି ନିସ୍ତାର ନାହିଁ। ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ। ଗତକାଲି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ୪ ସହରରେ ୪୪ ଡିଗ୍ରୀ ଉପରେ ଥିଲା ପାରଦ। ପ୍ରବଳ ଗରମ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛି ୟେଲୋ ୱାର୍ଣ୍ଣିଂ ।
Views: 94