ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ତାଇୱାନ । ତାସ ଘର ପରି ଭୁଶିଡି ପଡିଲା ଘର । ତାଇୱାନର ଭୂକମ୍ପ ନିରୀକ୍ଷଣ ଏଜେନ୍ସି ଭୂକମ୍ପର ତୀବ୍ରତା ୭.୨ ଥିବା ବେଳେ ୟୁଏସ୍ ଜିଓଲୋଜିକାଲ ସର୍ଭେ ୭.୪ ବୋଲି ଆକଳନ କରିଛି । ସେପଟେ ତାଇୱାନର ପୂର୍ବ ସହର ହୁଆଲିନରେ ଥିବା କୋଠାଗୁଡ଼ିକର ଭିତ୍ତିପ୍ରସ୍ତର ଭୂମିକମ୍ପରେ ଦୋହଲାଇ ଯାଇଛି । ରାଜଧାନୀ ତାଇପେରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତାଇୱାନରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ସମଗ୍ର ଦ୍ୱୀପକୁ ଦୋହଲାଇ ଦେଇଛି ଏବଂ କୋଠାଗୁଡିକ ଭୁଶୁଡ଼ି ପଡ଼ିଛି । ଜାପାନ ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ଓକିନାୱା ପାଇଁ ସୁନାମି ସତର୍କ ସୂଚନା ଜାରି କରିଛି । ଏଠାରେ ବିମାନ ଉଡ଼ାଣ ବାତିଲ କରାଯାଇଛି ।
Views: 83