ଜଗତସିଂହପୁର : ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ତର୍ତ୍ତଙ୍ଗ ପଞ୍ଚାୟତରେ ଡେଙ୍ଗୁ ଓ ଚିକେନଗୁନିଆ ରୋଗର ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ ଯୋଗଦେଇ ଡେଙ୍ଗୁ ନିରାକରଣ ନିମନ୍ତେ ସମସ୍ତ ଜନସାଧାରଣ ସଚେତନ ରହିବା ସହ ନିଜ ଅଞ୍ଚଳର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନିବେଦନ କରିଥିଲେ। ନିଜକୁ ସଫାସୁତୁରା ରଖିବା ସହିତ ନିଜ ଅଞ୍ଚଳର ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିଦ୍ୟୁତ ପ୍ରଭା ଜେନାଙ୍କ ସମେତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଜିପିଏଲଏଫର ସମସ୍ତ କର୍ମକର୍ତ୍ତା, କାର୍ୟ୍ୟକାରୀ କମିଟିର ସମସ୍ତ ସଦସ୍ୟଙ୍କ ସମେତ ସିଆରପି, ଏମବିକେ ତଥା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇ ସ୍ଥାନୀୟ ଜନସାଧାରଣ ମାନଙ୍କୁ ସଚେତନ କରାଇଥିଲେ।
Views: 105