ଭୁବନେଶ୍ବର : ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ । ଚାକିରିରୁ ବିଦା ପରେ ଗାଡିରେ ଲଗାଇଦେଲେ ନିଆଁ । ସିସିଟିଭିରେ କଏଦ୍ ହୋଇଛି ଦୃଶ୍ୟ। ଭୁବନେଶ୍ବର ଜାଗମରା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନିଆଁ ଲଗାଇବା ପରେ ଅଭିଯୁକ୍ତ ମହମ୍ମଦ ହାକିମକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ୍ । ମହମ୍ମଦ ଜାଗମରାର ଅଜିତ୍ ନାୟକଙ୍କ ନିକଟରେ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ମହମ୍ମଦ ନିଶା ସେବନ କରୁଥିବାରୁ ତାଙ୍କୁ ଚାକିରିରୁ ବାହାର କରି ନୂଆ ଡ୍ରାଇଭର ରଖୁଥିଲେ ଅଜିତ୍ । ଏଥିରେ ରାଗିଯାଇ ମହମ୍ମଦ ଗାଡିରେ ନିଆଁ ଲଗାଇଦେଇଥିବା ନେଇ ଅଜିତ୍ ଥାନାରେ ଅଭିଯୋଗ କରିଛନ୍ତି ।
Views: 85











