ଭୁବନେଶ୍ୱର : ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । କିଛି ସହପାଠୀ ଓ ସିନିଅର ଛାତ୍ର ମାଡ ମାରିଥିବା ଅଭିଯୋଗ । ମାଡ ମାରିବା ସହ ଶୈାଚାଳୟ ପାଣି ପିଆଇଥିବା ଅଭିଯୋଗ । ଭୁବନେଶ୍ୱର ଉପକଣ୍ଠ ଘରୋଇ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଅଭିଯୋଗ । ଡ୍ରଗ୍ସ ସେବନ ପାଇଁ ବାଧ୍ୟ କରିବା ସହ ଟଙ୍କା ମାଗିଥିଲେ । ବିରୋଧ କରିବାରୁ ସମସ୍ତେ ମିଶି ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ଗାଡି ସହ ଜାଳିଦେବାକୁ ଧମକ ଦିଆଯାଇଥିବା କହିଛନ୍ତି ପୀଡିତ ଛାତ୍ର । ପିପିଲି ଥାନାରେ ପୀଡିତ ଛାତ୍ରଙ୍କ ପରିବାରର ଅଭିଯୋଗ ପରେ ମାମଲା ରୁଜୁ । ବୁଝାମଣା ପାଇଁ ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷ ବାଧ୍ୟ କରୁଥିବା କହିଲେ ଛାତ୍ରଙ୍କ ମାଆ ।
Views: 72











