The Ultimate Managed Hosting Platform
ADVERTISEMENT

ଡେଲାଙ୍ଗରେ ବାର୍ଡ ଫ୍ଲୁ ସ୍ପଷ୍ଟ

Facebook
Twitter
LinkedIn

ପିପିଲି : ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । H5N1 ନମୁନା ପରୀକ୍ଷାରୁ ଆସିଲା ପଜିଟିଭ ରିପୋର୍ଟ । ଆଭିଏନ ଇନ ଫ୍ଲୁଏନଞ୍ଜା ଭାଇରସ ପିଜିଟିଭ । ଡେଲାଙ୍ଗର ବଡା ଆଙ୍କୁଲା ଗାଁ ଭାଇରସର ଏପିସେଣ୍ଟର । ଏପିସେଣ୍ଟରର ଏକ କିଲୋମିଟର ମଧ୍ୟରେ ହବେ କଲିଂ । ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ ରହିବ ।
ସୂଚନା ଅନୁସାରେ ଦୁଇ ଦିନ ତଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ ଯେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଛନ୍ତି । ଭେଟେରିନାରୀ ବିଭାଗ ନମୁନା ସଂଗ୍ରହ କରିଛି । ଜନସ୍ୱାସ୍ଥ୍ୟ ଟିମ ଡେଲାଙ୍ଗରେ ବୁଲୁଛନ୍ତି । ଯେଉଁ ଫାର୍ମରେ ଯିଏ କାମ କରୁଥିଲେ, ସେମାନଙ୍କ ଘରକୁ ଯାଇ ଥଣ୍ଡା ଜ୍ୱର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ପ୍ରତିବର୍ଷ ବାର୍ଡ ଫ୍ଲୁ ଚିହ୍ନଟ ପରେ ଅନେକ କୁକୁଡ଼ା ଚାଷୀଙ୍କ ଫାର୍ମ ଖାଲି ହୋଇଯାଇଛି । ତେବେ ଲକ୍ଷ ଲକ୍ଷ ଟଙ୍କା ଋଣ କରି କୁକୁଡା ଚାଷ କରିଥିବା ଚାଷୀ ବ୍ୟାଙ୍କ ଋଣ ପୈଠ କରିବା କଷ୍ଟକର ହୋଇପଡିଛି । ପୁଣି ଋଣ କରି ଚାଷ କରିବା କଥା ଭାବିଲେ ବି ଡର ଲାଗୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login