The Ultimate Managed Hosting Platform
ADVERTISEMENT

ଡିସେମ୍ବର ୧ରେ ହେବ ବରଗଡ ଧନୁଯାତ୍ରା ପାଇଁ କଂସ ଚୟନ

Facebook
Twitter
LinkedIn

ବରଗଡ : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଡିସେମ୍ବର ୧ ତାରିଖରେ ହେବ କଂସ ଚୟନ ।ଚୟନ ପ୍ରକିୟାରେ ସାମିଲ ହେବାକୁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ୪ ଜଣ କଳାକାରଙ୍କ ନାଁ ଘୋଷଣା କରାଯାଇଥିଲା । ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକିୟା। ଆର୍ତ୍ତତ୍ରାଣ ସୁନାନୀ , ଜଗଦାନନ୍ଦ ମିଶ୍ର , ଭୁବନେଶ୍ୱର ପ୍ରଧାନ ଓ ସୁଶୀଲ କୁମାର ମେହେରଙ୍କ ନାଁ ଘୋଷଣା କରାଯାଇଥିଲା। ତେବେ ଡ଼ିସେମ୍ବର ୧ ତାରିଖରେ ହେବାକୁ ଥିବା କଂସ ଚୟନ ପ୍ରକ୍ରିୟାରେ ସେମାନେ ନିଜେ ନିଜର ପାରଦର୍ଶିତା ଦେଖାଇବେ। ଯେଉଁ କଳାକାର ନିଜ କଳା ପ୍ରଦର୍ଶନରେ ଶୀର୍ଷରେ ରହିବେ ସେ ହେବେ ଏଥରର ବିଶ୍ବ ପ୍ରସିଦ୍ଧ ବରଗଡ ଧୁନୁଯାତ୍ରାର ନୂତନ କଂସ । ଯାହାଙ୍କର ଅଟହାସ୍ୟରେ ଥରିବ ମଥୁରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login