ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଚଳିତ ବର୍ଷ ଶିତ ଅଧିବେସନ ଆରମ୍ଭ ହେବାକୁ ଥିବା ବେଳେ ତାହା ୨୬ ଦିନ ଯାଏ ଚାଲିବ ବୋଲି ବାଚସ୍ପତିଙ୍କ ପକ୍ଷରୁ ସୂଚନା ମିଳିଛି । ଏନେଇ ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି ଯେ, ବିଧାନସଭା ଡିସେମ୍ବର ୧ ରୁ ଅରମ୍ଭ ହୋଇ ୩୧ ରେ ଶେଷ ହେବ । ତେବେ ବିଧାନସଭା ପୂର୍ବାହ୍ନ୧୦.୩୦ ରୁ ଅରମ୍ଭ ହୋଇ ୧.୩୦ ପର୍ଯ୍ୟନ୍ତ ଚାଲିବ ଏବଂ ଅପରାହ୍ନ ୪ ଟାରୁ ୬ଟା ଯାଏ ଚାଲିବ । ଅର୍ଥାତ୍ ଏହି ଅଧିବେସନ ଦିନକୁ ୫ ଘଣ୍ଟା ଧରି ଚାଲିବ । ଅଧିବେସନର ପ୍ରଥମଦିନ ବିଧାନସଭା ୧୧ ରେ ଆରମ୍ଭ ହେବ ଓ ସେହିଦିନ ସଂଧ୍ୟା ୫ଟା ବେଳେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ । ମୁଲତବୀ ପ୍ରସ୍ତାବ ୯୦ ମିନିଟ୍ ଆଲୋଚନା ହେବ । ବିରୋଧୀଙ୍କୁ ୫୫ ମିନିଟ୍ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି ।
ଏହି ଅଧିବେସନରେ ସପ୍ତାହକ ୬ ଦିନ ଭିତରେ ୪ ଦିନ ମୁଖ୍ୟ ବିରୋଧୀ ଦଳ, ବିଜେପି ୪ ଦିନ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତାବ ଦେଇ ପାରିବେ । ତେବେ ପୂର୍ବ ବର୍ଷ ପରି ଏଥର ମଧ୍ୟ କୋଭିଡ୍ ଗାଇଡ୍ଲାଇନ୍ ମଧ୍ୟରେ ବିଧାନସଭା ବସିବ । ଏଥିରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ସମୟରେ ହଟଗୋଳ ନକରିବା ପାଇଁ ହୋଇଥିବା ପ୍ରସ୍ତାବକୁ ସମସ୍ତଙ୍କୁ ଅବଗତ କରାଯାଇଛି । ଯଦି କେହି ଏ ନିୟମ ନମାନନ୍ତି, ତାହେଲେ ସେମାନଙ୍କ ବିରେଧରେ ଆଇନ ଅନୁଯାଇ ବ୍ୟବସ୍ଥା କରାଯିବ ।