ଭୁବନେଶ୍ୱର : ତେଜିଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ କଳି । ଡିସିପି ଅଫିସ ଆଗରେ ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ । ଉଭୟଙ୍କୁ କାବୁ କରି ସ୍ଥିତି ନିୟନ୍ତ୍ରଣ କଲା ପୋଲିସ । ସିପି ଅଫିସରେ ପହଁଚିଲେ ଉଭୟ ପକ୍ଷ , ସମାଧାନ ପାଇଁ ଉଦ୍ୟମ । କଥା କଟାକଟିରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି । ସୂଚନା ଅନୁସାରେ ରାଣ୍ଡି ପୁଅ ଅନନ୍ତା ଫିଲ୍ମର ଟାଇଟେଲକୁ ନେଇ ପ୍ରଶ୍ନ ଉଠାଇଥିଲେ ମନୋଜ ମିଶ୍ର । ଏଭଳି ଟାଇଟେଲ କାହିଁକି ରଖାଯାଇଥିଲା ତାକୁ ନେଇ ପ୍ରଶ୍ନ ସେ କରିଥିଲେ । ଏହାକୁ ନେଇ ବବି ଓ ମନୋଜଙ୍କ ଭିତରେ କଥା କଟାକଟି ହୋଇଥିଲା । ଏହି ମାମଲା ଥାନାରେ ପହଁଚିବା ପରେ ପୋଲିସ ଉଭୟଙ୍କୁ ଥାନାକୁ ଡକାଇଥିଲେ । ତେବେ ଆଜି ଦୁହେଁ ଡିସିପି ଅଫିସରୁ ଫେରିବା ପରେ ପ୍ରଥମେ କମେଣ୍ଟ ମରାମରି ହୋଇଥିଲେ , ଏହା ପରେ କଥା କଟାକଟି ହୋଇଥିଲେ । ତେବେ ରୁଜୁ ହାଇଥିବା ମାମଲାରେ ପୋଲିସ ତଦନ୍ତ କରୁଛି ।
Views: 28