ଚେନ୍ନାଇ : ବାତ୍ୟା ଡିଟୱା ଶ୍ରୀଲଙ୍କାରେ ପ୍ରଳୟ ଆଣିବା ପରେ ଭାରତ ଦକ୍ଷିଣରେ ପ୍ରଭାବ ଦେଖାଇଛି । ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ବିଭିନ୍ନ ଜିଲ୍ଳାର ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ସକାଳ ସୁଦ୍ଧା ଗଭୀର ଅବପାତ ଉତ୍ତର ତାମିଲନାଡ଼ୁ ଉପକୂଳ ଓ ପୁଡୁଚେରୀଠାରୁ ୩୫ କିମି ଦୂରରେ ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି । ଗଭୀର ଅବପାତ ସ୍ଥିତି ୨୪ ଘଣ୍ଟା ପର୍ୟ୍ୟନ୍ତ ଲାଗି ରହିବ ।
ଏହାର ପ୍ରଭାବରେ ତାମିଲନାଡୁର ତିରୁଭଲ୍ଲୁର, ରାଣିପେଟ୍, କାଞ୍ଚିପୁରମ୍, ଚେନ୍ନାଇ, ଚେଙ୍ଗଲପଟ୍ଟୁ ଓ ଭେଲୋର ଜିଲ୍ଲାରେ ସୋମବାର ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଇଏମ୍ଡି ପକ୍ଷରୁ କୁହାଯାଇଛି । ଅବପାତ ପ୍ରଭାବରେ ତାମିଲନାଡୁରେ ର ଉତ୍ତର ଉପକୂଳ, କରାଇକଲ ଦକ୍ଷିଣ ଉପକୂଳ ଓ ପୁଡୁଚେରୀରେ ୬୦ରୁ ୭୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ସ୍ଥଳ ବିଶେଷରେ ପବନର ବେଗ ୮୦ କିମି ରହିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଏଥିପାଇଁ ପିଲାଙ୍କ ସୁରକ୍ଷା ପାଇଁ ଛୁଟି ଘୋଷଣା କରାଯାଇଛି ।
ଡିଟୱା ପ୍ରଭାବରେ ତାମିଲନାଡୁରେ ଅନେକ ସ୍କୁଲ ଓ କଲେଜ ବନ୍ଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











