The Ultimate Managed Hosting Platform
ADVERTISEMENT

ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ

Facebook
Twitter
LinkedIn

ଭୁବନେଶ୍ୱର : ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ । ଖାରବେଳ ନଗର ଘରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଘର ଭିତରୁ ମୃତଦେହ ଉଦ୍ଧାର ନେଇ ସୂଚନା ଦେଲେ ଦାଦା । କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ୍ୟୁ ପଛରେ ଜଣେ ଯୁବକ ଓ ଯୁବତୀଙ୍କୁ ଦାୟୀ କଲେ ।
ସେପଟେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଗତକାଲି ସନ୍ଧ୍ୟାରେ ନିଜ ରୁମ୍ରେ ବେଡ଼ସିଟରେ ଝୁଲି ପଡିଥିଲେ। କବାଟ ଭାଙ୍ଗି ଉଦ୍ଧାର କରିବା ପରେ ପରିବାର ଲୋକ ଏକ ଘରୋଇ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣା ପରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ପୁଲିସ ତଦନ୍ତ କରୁଛି।


ଜଣେ ଲୋକପ୍ରିୟ କଳାକାରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଯାହାକୁ ନେଇ ପୁଲିସ ଘଟଣା ତଦନ୍ତକୁ ଆଗକୁ ବଢାଇଛି। ଡିଜେ ଆଜେକ୍ସଙ୍କ ମୋବାଇଲ ଫୋନକୁ ମଧ୍ୟ ପୁଲିସ ଜବତ କରିଛି। ତେବେ ପରିବାର ଲୋକଙ୍କ କହିବା କଥା କାଲି ସନ୍ଧ୍ୟା ୭ଟା ସମୟରେ ପରିବାର ଲୋକଙ୍କ ସହ କଥା ହୋଇ ନିଜ ରୁମ୍କୁ ଶୋଇବାକୁ ଯାଇଥିଲେ। ପରେ ପରିବାର ଲୋକ ତାଙ୍କ କବାଟ ବାଡେଇ ଡାକିବାରୁ ସେ ଶୁଣିନଥିଲେ। ଏହାପରେ ପରିବାର ଲୋକ କବାଟ ଭାଙ୍ଗି ଦେଖିଥିଲେ କି ଡିଜେ ଆଜେକ୍ସ ଏକ ବେଡସିଟ୍ରେ ଝୁଲି ପଡିଛନ୍ତି। ଏହାପରେ ପରିବାର ଲୋକ ତାଙ୍କ ଏକ ଘରୋଇ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login