The Ultimate Managed Hosting Platform
ADVERTISEMENT

ଡିଜିଟାଲ ଲାଞ୍ଚ ନେଲେ ଫସିବେ

Facebook
Twitter
LinkedIn

ଭୁବନେଶ୍ୱର : ଡିଜିଟାଲ ମୋଡରେ ଲାଞ୍ଚ କାରବାର ନେଇ ଭିଜିଲାନ୍ସ ସତର୍କତା । ଲାଞ୍ଚ ନେଉଥିବା ଓ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ସତର୍କ । ଲାଞ୍ଚ ଗ୍ରହିତା ଓ ସହ ଯୋଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଫାନେ ପେ ରେ ଲାଞ୍ଚ ନେଉଥିଲେ ବି ଖସି ପାରିବେନି ।
ଡିଜିଟାଲ୍ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଓଡ଼ିଶା ଭିଜିଲାନ୍ସ। ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ ବୋଲି ଓଡ଼ିଶା ଭିଜିଲାନ୍ସ ଚେତାବନୀ ଦେଇଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଫୋନ୍ ପେ’ ମାଧ୍ୟମରେ ଲାଞ୍ଚ ନେଲେ ନିଶ୍ଚିତ ଧରାପଡ଼ିବେ । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ମନେରଖନ୍ତୁ, ଫୋନ୍ ପେ ମାଧ୍ୟମରେ ଲାଞ୍ଚ ନେବାବେଳେ ଆପଣ ସୁରକ୍ଷିତ ନୁହଁନ୍ତି। ଆମେ ଡିଜିଟାଲ୍ ନେଣଦେଣ ଉପରେ ନଜର ରଖିଛୁ।ଗତକାଲି ଡିଜିଟାଲ ମାଧ୍ୟମରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇଟି ଲାଞ୍ଚ ମାମଲା ସାମ୍ନାକୁ ଆସିଥିଲା । ଚେକ୍ ମାଧ୍ୟମରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ମୟୂରଭଂଜ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । କ୍ଷତିପୂରଣ ମଞ୍ଜୁର ପାଇଁ ୨ଟି ବ୍ଲାଙ୍କ ଚେକ୍ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login