ଉମରକୋଟ : ଡାବୁଗାଁ ସିଡିପିଓ କିରାଣିଙ୍କୁ ଚୈାକିରୁ ଠେଲିବା ଘଟଣା । ଜିଲ୍ଲା ସାମାଜିକ ସୁରକ୍ଷା ଅଧକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ । ସିଡିପିଓ କାର୍ଯ୍ୟାଳୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ତଦନ୍ତ ।
ସୂଚନା ଅନୁଯାୟୀ , ଗତକାଲି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ୟ୍ୟାଳୟରେ ଘଟିଥିଲା ଏଭଳି ଘଟଣା । ଜୁନ ମାସର ଦରମାକୁ ନେଇ ବରିଷ୍ଠ କିରାଣୀ ତଥା ସିନିଅର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧକ୍କାମାରି ତଳେ ଗଡାଇଦେଲେ ,ବେକକୁ ଧରି ଟାଣିଲେ ଡାବୁଗାଁ ସିଡିପିଓ । ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣୀଙ୍କୁ ମାଡ଼ ମାରିବା ସହ ସେ ବସିଥିବା ଚୌକି ରୁ ଠେଲି ଦେଲେ ସିଡିପିଓ । ଫଳରେ ମହିଳା କିରାଣୀଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇ ଆଘାତ ଲାଗିଛି । ଏହି କାର୍ୟ୍ୟାଳୟର ବରିଷ୍ଠ ମହିଳା କିରାଣୀ ସନ୍ତୋଷ କୁମାରୀ ମିଶ୍ର ତାଙ୍କ ଗତ ଜୁନ ମାସର ଦରମା କାହିଁକି ମିଳିନାହିଁ ବୋଲି ଅଫିସରେ ପାଟିତୁଣ୍ଡ କରିଥିଲେ।
Views: 93











