କଟକ : ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ରେଡ । କଟକ ବଜ୍ରକବାଡି ରୋଡ୍ ଫ୍ରେଣ୍ଡସ କଲୋନୀରେ ଥିବା ଜଣେ ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ରେଡ୍ । ଟଙ୍କା ଭର୍ତ୍ତି ବ୍ୟାଗ ସହ ଜଣେ ରୋଗୀକୁ ଉଦ୍ଧାର କଲା ସ୍ୱାସ୍ଥ୍ୟ ବିଭାଗ । ଡାକ୍ତର ଜଣଙ୍କ ଦେବଗଡ ସରକାରୀ ମେଡିକାଲରେ କାର୍ଯ୍ୟରତ । ଅଲଟ୍ରାସାଉଣ୍ଡ ମେସିନ ସମେତ ଅନ୍ୟାନ୍ୟ ମେସିନ ଯନ୍ତ୍ରାଂଶ ଜବତ ହୋଇଛି । ଚଢଉରେ କଟକ ସଦର ଉପଜିଲ୍ଲାପାଳ କମଳଜିତ ଦାସଙ୍କ ସମେତ ସ୍ଥାନୀୟ ପୋଲିସ ସହାୟତାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ୍ ସାମିଲ ।
Views: 85











