The Ultimate Managed Hosting Platform
ADVERTISEMENT

ଡାଇରିଆ ମୁକାବିଲା ; ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ, ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି

Facebook
Twitter
LinkedIn

ଭୁବନେଶ୍ୱର : ଡାଇରିଆ ମୁକାବିଲା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ । ୩ ଜିଲ୍ଲାରେ ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ । କଟକ, ଯାଜପୁର ଓ ଭଦ୍ରକରେ ଜିଲ୍ଲାପାଳ ନେବେ ନିଷ୍ପତ୍ତି । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ ରଖିପାରିବେ ଜିଲ୍ଲାପାଳ । ହଷ୍ଟେଲ ପିଲାମାନଙ୍କୁ ଫୁଟା ପାଣି ଦେବାକୁ ନିଦେ୍ର୍ଦଶ । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଗରମ ଖାଦ୍ୟ ଦିଆଯିବ । ସ୍କୁଲ ପାଣି ଟାଙ୍କି ସଫା କରିବା ଉପରେ ଗୁରୁତ୍ୱ । ସ୍କୁଲ ଓ ହଷ୍ଟେଲ ପରିବେଶ ସଫା ଉପରେ ଗୁରୁତ୍ୱ ।
ଅନ୍ୟପଟେ ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ମୟୂରଭଞ୍ଜରେ ପହଂଚିଛି । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ପ୍ରତିଦିନ ୨୦ରୁ ୩୦ ଆକ୍ରାନ୍ତ ଚିକିତ୍ସା ପାଇଁ ମେଡିକାଲ ଆସୁଛନ୍ତି । ଡାଇରିଆ ୱାର୍ଡରେ ସିଟ୍ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବାରୁ କିଛି ରୋଗୀଙ୍କୁ ଔଷଧ ଦିଆଯାଇ ଘରକୁ ପଠାଇ ଦିଆଯାଉଛି । ଏପର୍ୟ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସେନା ଗାଡି ଉପରେ ଖସିଲା ପଥର ,୨ ଅଧିକାରୀଙ୍କ ଚାଲିଗଲା ଜୀବନ

ସେନା ଗାଡି ଉପରେ ଖସିଲା ପଥର ,୨ ଅଧିକାରୀଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଲଦାଖର ଗାଲୱାନ୍ ଉପତ୍ୟକାର ଚାରବାଗ୍ଠାରେ ଏକ ସେନା ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିବା ଯୋଗୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ...

ADVERTISEMENT
ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପାରିବାରିକ କଳହ ପାଇଁ ଜୀବନ ହାରିଦେଲେ ଯୁବକ

ମୟୂରଭଞ୍ଜ : ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଶୋଇବା ଘରୁ ଜବତ ହୋଇଛି। ପାରିବାରିକ ଅଶାନ୍ତିରୁ...