ୟୁପି : ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟି ୪ ଜଣଙ୍କର ପ୍ରାଣ ଚାଲିଯାଇଛି । ପିକଅପ୍ ଭ୍ୟାନ ଏବଂ ଡମ୍ଫର ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦମ୍ପତିଙ୍କ ସମେତ ୪ ଜଣଙ୍କର ପ୍ରାଣ ଚାଲିଯାଇଛି । ଅନ୍ୟମାନେ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଇଛି । ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଖବର ମୁତାବକ, ବିଧନୁ ଥାନା ଅନ୍ତର୍ଗତ ଅଫଜଲପୁର ମୋଡରେ କାନପୁରରୁ ଘାଟମପୁର ଆଡକୁ ଆସୁଥିବା ପିକଅପ୍ ଭ୍ୟାନକୁ ସାମ୍ନା ପଟୁ ଡମ୍ଫର ଜୋରଦାର ଧକ୍କା ହୋଇଥିଲା । ଏହି ଘଟଣାରେ ପିକଅପ୍ ଭ୍ୟାନରେ ଥିବା ୫୫ ବର୍ଷୀୟ ସାଦିକ ଏବଂ ତାଙ୍କ ୪୫ ବର୍ଷୀୟ ପତ୍ନୀଙ୍କ ସହିତ ଅନ୍ୟ ୨ ଜଣଙ୍କର ପ୍ରାଣ ଚାଲିଯାଇଥିଲା । ଅନ୍ୟ ୯ ଜଣ ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଆହତ ହୋଇଥିବା କିଛିଙ୍କର ଅବସ୍ଥା ଗୁରୁତର ବୋଲି ଜଣାପଡିଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
Views: 87