ନୟାଗଡ : ଡବଲ ମର୍ଡର ମାମଲାରେ ହତ୍ୟାକାରୀକୁ ଫାଶି ଦଣ୍ଡ । ଦୋଷୀ ନିରଞ୍ଜନ ମଲ୍ଲିକକୁ ଫାଶି ଦଣ୍ଡାଦେଶ କଲେ ଓଡଗାଁ ଏଡିଜେ । ୨୦୧୯ କୁଶଢିପି ଗାଁରେ ୨ ଜଣଙ୍କୁ ବୀଭତ୍ସ ହତ୍ୟା ହୋଇଥିଲା । ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦଣ୍ଡାଦେଶ ଦେଲେ କୋର୍ଟ । ସୂଚନା ଅନୁଯାୟୀ ୨୦୧୯ ମସିହାରେ ଓଡଗାଁ ଏନଏସି ଅଂଚଳରେ ଅଭିଯୁକ୍ତ ନିରଞ୍ଜନ ଏକ କାଠ ଫାଳିଆରେ ବଦନୀ ସାହୁକୁ ଆକ୍ରମଣ କରିଥିଲା । କିଛି ସମୟ ପରେ ଓଡଗାଁ ପରିବାର ମାର୍କେଟର ଜଗୁଆଳି ଲୋଚନ ସେଠିକୁ ଆକ୍ରଣଣ କରିଥିଲା । ପୁଣି ସେହି କାଠ ଫାଳିଆରେ ଆଉ ୩ ଜଣଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଫଳରେ ୫ ଜଣ ଆହତ ହୋଇଥିଲେ । ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ବଦନୀ ସାହୁ ଓ ଲୋଚନ ସେଠୀକୁ ମୃତ ଘୋଷଣା କରିଥିଲେ । ଅନ୍ୟ ୩ ଜଣ କଟକ ସ୍ଥାନାନ୍ତରିତ ହୋଇଥିଲେ । ଏହି ମାମଲାରେ ଓଡଗାଁ ଥାନା ପୋଲିସ ନିରଞ୍ଜନକୁ ଗିରଫ କର୍ି କୋର୍ଟ ଚାଲାଣ କରିଥିଲା । ଦୋଷୀକୁ ଫାଶୀ ଦଣ୍ଡାଦେଶ ସହ ୫୦ ହଜାର ଜୋରିମାନା ଦେବାକୁ ଓଡଗାଁ ଅତିରିକ୍ତ ଦୈାରା ଜଜ ଶୁଣାଇଛନ୍ତି ।
ଡବଲ ମର୍ଡର ଘଟଣାରେ ଦୋଷୀକୁ ଫାଶି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











