ନୂଆଦିଲ୍ଲୀ : ସଂସଦ ଭବନ ଆକ୍ରମଣକୁ ଆଜି ୨୨ ବର୍ଷ ପୂର୍ତ୍ତି ଥିଲା । ୨୨ ବର୍ଷ ତଳେ ସଂସଦ ଭବନ ଆକ୍ରମଣରେ ୧୪ ଜୀବନ ଯାଇଥିଲା । ଦିଲ୍ଲୀ ପୋଲିସର ୬ ସଂସଦ ଭବନର ୨ ସୁରକ୍ଷା କର୍ମୀ ସହିଦ ହୋଇଥିଲେ । ଆତଙ୍କୀ ହମଲାରେ ଜଣେ କର୍ମଚାରୀଙ୍କର ବି ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀ ୫ ଆତଙ୍କୀଙ୍କୁ ନିପାତ କରିଥିଲେ ସୁରକ୍ଷା କର୍ମୀ । ଠିକ ୨୨ ବର୍ଷ ପରେ ଆଜି ପୁଣି ସଂସଦ ଭବନରେ ପଶିଲେ ୨ ଯୁବକ । ଆଉ ଆଜିର ଦିନରେ ହଠାତ ଦୁଇଜଣ ଅଜଣା ଯୁବକ ସଂସଦ ଭିତରକୁ ପ୍ରବେଶ କରିଥିଲେ । ସେମାନେ ସଂସଦର କଡା ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ସଂସଦ ମଧ୍ୟରେ ପ୍ରବେଶ କରିବା ସମସ୍ତଙ୍କୁ ଚକିତ କରିଛି । ଅଜଣା ଯୁବକ ଦୁଇଜଣ ସଂସଦ ଭିତରେ ପ୍ରବେଶ କରି ଗୋଟିଏ ଚେୟାରରୁ ଅନ୍ୟ ଚେୟାରକୁ ଡେଇଁବା ଓ ସ୍ମୋକ କ୍ୟାଣ୍ଡେଲ ଲଗାଇ ସଂସଦ ଭିତରେ ଧୂଆଁ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀ ଓ ସାଂସଦମାନେ ସଂପୃକ୍ତ ଦୁଇ ଯୁବକଙ୍କୁ ଧରିଥିଲେ । ଏହାପରେ ସଂସଦର ଉଭୟ ସଦନକୁ ସ୍ଥଗିତ ରଖାଯାଇଛି ।
Views: 106











